ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକଡାଉନ ଯାଇଛି କିନ୍ତୁ ଭାଇରସ୍ ଯାଇନି । ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରୁଛନ୍ତି । ଭାରତ ନିଜ ନାଗରିକଙ୍କ ଜୀବନ ବଞ୍ଚାଇବାକୁ ଅଧିକ ସଫଳ ହୋଇଛି । ଆମ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ନିଃସ୍ୱାର୍ଥ ସେବା ଜାରି ରଖିଛନ୍ତି । ବର୍ତ୍ତମାନ ସମୟ ଆଦୈ÷ା ଅବହେଳା କରିବା ସମୟ ନୁହେଁ । କରୋନା ଚାଲିଗଲା, ଆଉ ଭୟ ନାହିଁ ବୋଲି ଭାବିବା ଉଚିତ ନୁହେଁ । ସମ୍ଭାଳି ଯାଇଥିବା ସ୍ଥିତିକୁ ଆମେ ବିଗିଡିବାକୁ ଦେବାନି । ଭାରତରେ ପ୍ରତି ୧୦ ଲକ୍ଷରେ ମୃତୁ୍ୟ ହାର ୮୩ ରହିଛି । ଯେଉଁଠି ଅନ୍ୟ ଦେଶରେ ମୃତୁ୍ୟହାର ୧୦ ଲକ୍ଷରେ ୬ ଶହରୁ ଅଧିକ ରହିଛି । ପାର୍ବଣ ବେଳେ ଅଧିକ ସତର୍କ ରହିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0