ଆସାମ: ଦେଶର ସର୍ବପ୍ରଥମେ ଆସାମରେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କର ନିର୍ମାଣ କାର୍ଯ୍ୟ ସମ୍ପନ ହୋଇଛି । ତେବେ ଏହି ପାର୍କର ଶିଳାନ୍ୟାସ କରିଛନ୍ତି ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ । ଏହି ଶିଳାନ୍ୟାସ ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ, ଜେନେରାଲ ଭି.କେ. ସିଂ, ରାମେଶ୍ୱର ତେଲି ଏବଂ ଆସାମର ଅନେକ ମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଗଡକରୀ କହିଛନ୍ତି ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଲଜିଷ୍ଟିକ୍ ପାର୍କ ଏହି ଅଞ୍ଚଳରେ ଚାକିରି ସୁଯୋଗ ସୃଷ୍ଟି କରିବ।

ଏହା ସହ ଡୋଏନର୍ ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ଯୋଗୁଁ ଗତ ୬ ବର୍ଷ ମଧ୍ୟରେ ଉତ୍ତର ପୂର୍ବର ସଡ଼କ ନେଟୱାର୍କରେ ବହୁତ ଉନ୍ନତି ହୋଇଛି। ବଙ୍ଗାଇଗାଓଁ ଜିଲ୍ଲାରେ ସାତ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପାର୍କ ଆସାମ ତଥା ଉତ୍ତର ପୂର୍ବର ଅନ୍ୟାନ୍ୟ ଅଞ୍ଚଳକୁ ବିମାନ, ସଡକ, ରେଳ ଏବଂ ଜଳପଥ ସହିତ ସିଧାସଳଖ ସଂଯୋଗ କରିବ। ଏହା ମଧ୍ୟ ୨୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦେବା ବୋଲି ମନ୍ତ୍ରୀ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0