ନୂଆଦିଲ୍ଲୀ: ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ସାରା ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଉଦଘାଟନଟି ଭିଡିଓ କନଫରେନ୍ସି ଜରିଆରେ ହୋଇଥିଲା । ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଉଦ୍ଘାଟନ କରିଛନ୍ତି । ନରେନ୍ଦ୍ର ମୋଦିଙ୍କ କହିବା ଅନୁସାରେ, ଆୟୁର୍ବେଦ ହେଉଛି ଭାରତର ଐତିହ୍ୟ, ଯେଉଁଥିରେ ସମଗ୍ର ମାନବିକତାର କଲ୍ୟାଣ ହୋଇଥାଏ। ଏକବିଂଶ ଶତାବ୍ଦୀର ଭାରତ ଆଉ ଖଣ୍ଡବିଖଣ୍ଡିତ ନୁହେଁ ବରଂ ଏକ ସାମଗ୍ରିକ ଢଙ୍ଗରେ ଚିନ୍ତା କରୁଛି। କରୋନା ସମୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ଏଥିରୁ ସୁରକ୍ଷା କରିବାର କୌଣସି ପ୍ରଭାବଶାଳୀ ଉପାୟ ନଥିଲା, ସେତେବେଳେ ଭାରତର ଘରେ ଘରେ ହଳଦୀ, କାଢା, କ୍ଷୀର ଭଳି ଅନେକ ରୋଗ ପ୍ରତିରୋଧକ ଶକ୍ତିର ଉପାୟ ଭାରତ ପାଖରେ ଥିଲା। କରୋନା ସମୟରେ ସାରା ବିଶ୍ୱରେ ଆୟୁର୍ବେଦିକ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି ବୋଲି ନରେନ୍ଦ୍ର ମୋଦି କହିଛନ୍ତି ।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0