ଭୁବନେଶ୍ଵର : ଦୀର୍ଘ ତିନିରୁ ଚାରି ମାସ ହେବ କରୋନାର ହଟ୍ସ୍ପଟ୍ ପାଲଟିଥିବା ରାଜଧାନୀ ଭୁବନେଶ୍ଵରରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଛି। କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଦିନେ ରାଜଧାନୀରୁ ଯେଉଁଠି ଶହ ଶହ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ଏବେ ସେଠି ଦୈନିକ ୧୦୦ରୁ କମ୍ ଚିହ୍ନଟ ହେଉଛନ୍ତି। ଏଥିସହ ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହୁଛି।
ଏହି କ୍ରମରେ ଗତ ୨୪ ଘଣ୍ଟାରେ ୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଟପିଛି। ଅପରପକ୍ଷେ ୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ(ବିଏମସି) ଟ୍ଵିଟ୍ କରି ଶୁକ୍ରବାର ଏହାର ସୂଚନା ଦେଇଛି।
ବିଏମସି ଅନୁଯାୟୀ ନୂତନ ଚିହ୍ନଟ ୫୪ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୭ ଠାବ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ କେସ୍ ସଂଖ୍ୟା ୩୭ ରହିଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୧୯କୁ ବୃଦ୍ଧି ଘଟିଛି। ଅନ୍ୟପଟେ ସୁସ୍ଥ ସଂଖ୍ୟା ୨୯୦୭୪ରେ ପହଞ୍ଚିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୯ରେ ପହଞ୍ଚିଛି। ସକ୍ରିୟ କେସ୍ ସଂଖ୍ୟା ୭୩୫ ରହିଛି।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0