ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରକୃତି ପ୍ରତି ଥିବା ତାଙ୍କର ଅହେତୁକ ପ୍ରେମ ବିଷୟରେ କାହାକୁ ଅଛପା ନାହିଁ । ଏହି ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ କିପରି ମୟୂର ସହିତ ସମୟ ବିତାଉଛନ୍ତି ତାହାର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଷ୍ଟ୍ରିୟ ପକ୍ଷୀ ମୟୁରକୁ ନିଜ ହାତରେ ଦାନା ଖୁଆଉଥିବାର ନଜର ଆସିଛନ୍ତି । ଏହି ଭିଡିଓଟିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନର ପରିସରରେ ଏକ ମୟୂର ବୁଲୁଥିବାର ଦେଖିବାକୁ ମିଳିଛି । ମୋଦୀ ଯେତେବେଳେ ପ୍ରାତଃ ଭ୍ରମଣରେ ଯାଉଛନ୍ତି ମୟୂରଟି ତାଙ୍କ ସାଥିରେ ବୁଲୁଛି । କେବଳ ଏତିକି ନୁହେଁ ମୟୂର ମୋଦୀଙ୍କ ବାସଭବନ ଭିତରକୁ ଆସି ପ୍ରଧାନମନ୍ତ୍ରୀଙ୍କ ହାତରୁ ଦାନା ବି ଖାଉଥିବା ଦେଖିବାକୁ ମିଳିଛି । ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0