spot_img

ସଟଡ଼ାଉନରେ ଚାଲିଛି ବେଆଇନ ଗୋଚାଲାଣ

ଭଦ୍ରକ:ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା କମାଇବା ନିମନ୍ତେ ରାଜ୍ୟ ସରକାର , ଜିଲ୍ଲାପ୍ରଶାସନ ତରଫରୁ ରାଜ୍ୟରେ ସପ୍ତାହିକ ସଟଡ଼ାଉନ ଘୋଷଣା କରିଛନ୍ତି । କିନ୍ତୁ ସଟଡ଼ାଉନ ସୟରେ ଚାଲିଛି ବେଆଇନ ଗୋ ଚାଲାଣ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଦକ୍ଷିଣବାଡ଼ ଛକ ନିକଟରେ ।
ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଏ ସପ୍ତାହିକ ସଟଡାଉନ୍ କଟକଣା ବଳବତ୍ତର ରହିଛି । ସପ୍ତାହର ଶନିବାର ଓ ରବିବାର ଭଦ୍ରକ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି ।

ଏହି ସମୟ ମଧ୍ୟରେ ସରକାରୀ ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ଚେକିଂ ମଧ୍ୟ କରୁଛନ୍ତି । ଧାମନଗର ଥାନା ଦକ୍ଷିଣବାଡ଼ ନିକଟରେ ବ୍ଲକ ଶିକ୍ଷାଧିକାରୀ ଚେକିଂ କରୁଥିବା ବେଳେ ଏକ ୩ ଚକିଆ ଅଟୋକୁ ଅଟକାଇଥିଲେ। ଅଟୋରେ ପଲିଥିନ ଢଙ୍କା ହୋଇଥିଲା । ଚେକିଂ ସମୟରେ ଏହି ଅଟୋ ଡାଲାରେ ୪ଟି ଗୋରୁ ବୋଝେଇ ହୋଇଥିଲା। ଅଟୋ ଡ୍ରାଇଭରକୁ ପୋଲିସ ଅଟକ ରଖିଥିବା ବେଳେ ଗୋରୁ ବୋଝେଇ ଅଟୋ ମଧ୍ୟ ଥାନାରେ ଅଟକ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular