ମାଲକାନଗିରି: ମାଲକାନଗିରି ଜିଲ୍ଲା ପେଡାକୋଣ୍ଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ପୋଖରୀରୁ ମିଳିଛି ମୁଣ୍ଡ ବିହୀନ ମୃତ ଦେହ । ମୃତକ ଜଣଙ୍କ ସେହି ଗ୍ରାମର ବାସୁ କବାସି ବୋଲି ଜଣା ପଡିଛି । ତେବେ କିଏ ଓ କାହିଁକି ବାସୁଙ୍କୁ ହତ୍ୟା କଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଘଟଣାସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶୁତ୍ରୁତା କିମ୍ବା ପରିବାର ବିବାଦ କାରଣରୁ କିଏ ତାଙ୍କୁ ହତ୍ୟା କରିଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏପଟେ ଘଟଣାସ୍ଥଳର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି ପୋଲିସ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0