spot_img

ପୋଲିସ କବଜାରେ ସୁନା ଲୁଟେରା ଗ୍ୟାଙ୍ଗ

ଗଞ୍ଜାମ : ପୋଲିସ କବଜାରେ ସୁନା ଲୁଟେରା ଗ୍ୟାଙ୍ଗ । ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ଲୁଟେରାଗ୍ୟାଙ୍ଗର ପର୍ଦାଫାସ୍ କରିବା ସହ ୬ କେଜି ୫୦୧ ଗ୍ରାମ ସୁନା ଜବତ କରିଛି ପୋଲିସ । ଏଥିସହ ନଗଦ ୪ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ ହୋଇଛି । ସୁନ ଲୁଟ ଘଟଣାରେ ୧୫ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ଏନେଇ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି । ତେବେ ଜବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ହେବ । ଏହି ଲୁଟ ଅକ୍ଟୋବର ୧୨ ତାରିଖ ଦିନ ଗଞ୍ଜାମ ଜିଲ୍ଲା ପୁରୁଷତମପୁର ସୁନା ଦେକାନୀ ସୁରେନ୍ଦ୍ର ନାଥ ନାୟକଙ୍କୁ ଘରୁ ହୋଇଥିଲା । ଏନେଇ ସେ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାକୁ ଗୁରୁତ୍ୱର ନେଇ ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular