କଟକ: ପୁଣି କଟକରେ କମିଶନରେଟ୍ ପୋଲିସକୁ ମିଳିଛି ସଫଳତା । ବାଦାମବାଡି ଥାନା ପୋଲିସ ୫ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ୨୨ଟି ଚୋରା ବାଇକକୁ ଜବତ କରିଛି । ବାଇକ୍ ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରିଙ୍କୁ ଓରଫ କୁଞ୍ଜବିହାରୀ ନାୟକ ପୋଲିସ ହାତରେ ଧରା ପଡିବା ପରେ ଫିଟିଥିଲା ବାଇକ୍ ଲୁଟେରା ଗ୍ୟାଙ୍ଗର ରହସ୍ୟ । ଅଭିଯୁକ୍ତଙ୍କ ଟାର୍ଗେଟରେ ରହିଥିଲା ହିରୋହୋଣ୍ଡା ଗ୍ଲାମର ବାଇକ୍ । କାରଣ ଏହି ବାଇକ୍ ସହଜରେ ଖୋଲି ଯାଉଥିବା ବେଳେ ଏହି ବାଇକର ଡିମାଣ୍ଡ ମଧ୍ୟ ଅଧିକ ରହୁଥିବା କହିଛି ପୋଲିସ । ସେଥିପାଇଁ କଟକ ସମେତ ବିଭିନ୍ନ ଜିଲ୍ଲାରୁ ଅଭିଯୁକ୍ତମାନେ ବାଇକ୍ ଚୋରି କରି ବିକ୍ରି କରୁଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ୍ ସିଂ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0