ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ମାଛ ହାଟରୁ ମୋବାଇଲ ଚୋରି କରୁଥିବା ନାବାଳକକୁ ଖୁଣ୍ଟରେ ବାନ୍ଧି ପିଟିଲେ ଲୋକେ।
ସୂଚନାଯୋଗ୍ୟ ଯେ, କିଛି ମାସ ଧରି ସିମୁଳିଆ ବଜାରରୁ ମୋବାଇଲ ଚୋରି ହୋଇଆସୁଥିଲା । ମଙ୍ଗଳବାର ମାଛ ମାର୍କେଟରୁ ଜଣେ ବ୍ୟକ୍ତିଙ୍କ ମୋବାଇଲ ଚୋରି କରୁଥିବା ବେଳେ ଜଣେ ନାବାଳକ ଧରା ପଡ଼ିଥିଲା । ଏ ଖବର ପାଇ କିଛି ଲୋକ ରୁଣ୍ଡ ହୋଇ ନାବାଳକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ନାବାଳକଙ୍କୁ ପୋଲିସକୁ ହସ୍ତାନ୍ତର ନକରି ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ପିଟି ଥିଲେ । ଘଟଣାଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0