ପୁରୀ : ଏଟିଏମ୍ ଲୁଟ ଯୋଜନା କରୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ପୁରୀ ବଳିଆପଣ୍ଡା ଥାନା ପୋଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି କୁମ୍ଭାରପଡା ଥାନା ସୁଦର୍ଶନ ନଗର ଅଞ୍ଚଳର ରାଜା ଓରଫ ରାଜେଶ ବାରିକ, ପେଣ୍ଠକଟା ଭୂଦାନ ନଗରର ରବି ସୁବୁଦ୍ଧି, ମହେନ୍ଦ୍ର ସାହୁ, ଜଗନ୍ନାଥ ବଲ୍ଲଭ ଅଞ୍ଚଳର ଚନ୍ଦନ ଦାସ ଏବଂ ବଳିଆପଣ୍ଡା ବସ୍ତି ଅଞ୍ଚଳର ମାଧବ ମଣ୍ଡଳ। ଏମାନଙ୍କ ଠାରୁ ପୋଲିସ ଦୁଇଟି ଚୋରା ମୋଟର ସାଇକେଲ, ଏକ ଅଫୁଟା ବୋମା ସହ କଟର ମେସିନ୍ ଓ ମାରଣାସ୍ତ୍ର ଜବତ କରିଛି। ମାଷ୍ଟର ମାଇଣ୍ଡ ରାଜା ଓରଫ ରାଜେଶ ବାରିକ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ପୋଲିସ କହିଛି। ରାଜା ସମେତ ତାର ସହଯୋଗୀ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0