ବାଣପୁର: ଚର୍ଚ୍ଚାରେ ବିବାହ । ଦୁଇଦିନ ତଳେ ବିବାହ କରିଥିବା ନବଦମ୍ପତ୍ତି ନିଜ ବିବାହ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ସେମାନେ ତାଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ପାଣ୍ଡିରିପଦର ଗାଁରେ ବିଘ୍ନରାଜ ଓ କଳ୍ପନା ବେହେରା କରିଛନ୍ତି ଏହି ନିଆରା ବିବାହ । ଏହି ପରିପ୍ରେକ୍ଷୀରେ ସେମାନେ ବାଣପୁରସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଓଡିଶାର ଅଗ୍ରଣୀ ସ୍ୱେଚ୍ଛାକୃତ ରକ୍ତଦାନ ଅନୁଷ୍ଠାନ ‘ଦ ବ୍ଲଡ ଡୋନର୍ସ ଓଡିଶା’ ତରଫରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସମୁଦାୟ ୩୦ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ସୂଚନା ମିଳିଛି । ବିଘ୍ନରାଜ ଓ କଳ୍ପନାଙ୍କ ଏପରି କାମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 1