ବ୍ୟୁରୋ ରିପୋଟ: ଆଜି ଜାତୀୟ ପୁଲିସ୍ ସ୍ମୃତି ଦିବସ । ଏହି ଅବସରରେ ଦିଲ୍ଲୀର ଜାତୀୟ ପୁଲିସ୍ ମେମୋରିଆଲରେ ଗୃହମନ୍ତ୍ରୀ ଅମିତ ଶାହ ସହୀଦ ପୁଲିସ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲିସମାନଙ୍କର ସେବା, ତ୍ୟାଗ ଓ ବଳିଦାନକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସଦୀଦ ପୁଲିସ୍ ଓ ତାଙ୍କ ପରିବାରକୁ ଟ୍ୱିଟ କରି ପ୍ରଶଂସା କରିଛନ୍ତି ମୋଦି । କହିଛନ୍ତି ଦେଶସେବା ପାଇଁ ସହୀଦ ହୋଇଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ସେମାନଙ୍କର ବଳିଦାନ ଏବଂ ସେବାକୁ ସାରା ଦେଶ ସର୍ବଦା ମନେ ରଖିବ ।
ଦେଶର ସୈନିକମାନଙ୍କ ପରି ପୁଲିସ୍ କର୍ମଚାରୀମାନଙ୍କର ମଧ୍ୟ ସେବା ଓ ବଳିଦାନ ଅତୁଳନୀୟ । ୨୧ ଅକ୍ଟୋବର ୧୯୫୯ ରେ ୧୦ ଜଣ ପୁଲିସକର୍ମୀ ନିଜର ବଳିଦାନ ଦେଇଥିଲେ । ସେହି ସମୟରେ ତିବ୍ଦତ ସହିତ ଭାରତର ୨ହଜାର ୫ଶହ ମାଇଲ ଦୂରତାର ସୀମା ସୁରକ୍ଷା ଦାୟିତ୍ୱ , ଦେଶର ପୁଲିସ୍ କର୍ମଚାରୀଙ୍କୁ ଅର୍ପଣ କରାଯାଇଥିଲା । ୨୦ ଅକ୍ଟୋବରକୁ ପୁଲିସକର୍ମୀଙ୍କ ଗୋଟିଏ ଟିମ୍ ନିଖୋଜ ହୋଇଯାଇଥିଲେ । ତା ପରଦିନ ପ୍ରାୟ ୨୦ ଜଣ ପୁଲିସ କର୍ମଚାରୀ ନିଜ ନିଖୋଜ ସାଥୀ ଭାଇମାନଙ୍କୁ ଖୋଜିବା ପାଇଁ ବାହାରିଥିଲେ । ଠିକ୍ ଏହି ସମୟରେ ପାହଡ ଅଞ୍ଚଳରେ ଲୁଚିଥିବା ଚୀନ ସୈ÷ନିକମାନେ ଗୁଳି ବର୍ଷା କରିଥିଲେ । ଫଳରେ ୧୦ ପୁଲିସକର୍ମୀ ସହୀଦ ହେବା ସହ ୭ ଗୁରୁତର ଆହତ ହୋଇଥିଲେ । ୨୧, ଅକ୍ଟୋବର ୧୯୬୦ ରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ସମସ୍ତ ପୁଲିସ ମହାନିରୀକ୍ଷକମାନଙ୍କର ଏନେଇ ସମ୍ମିଳନୀ ହୋଇଥିଲା । ଯେଉଁଥିରେ ସହୀଦ ପୁଲିସମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସେବେଠାରୁ ଏହି ଦିନଟିକୁ ମନେପକାଇ ପ୍ରତିବର୍ଷ ଅକ୍ଟୋବର ୨୧ କୁ ପୁଲିସ ସ୍ମୃତି ଦିବସ ଭାବେ ପାଳନ କରାଯାଉଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0