spot_img

ବାଙ୍ଗାଲୋରକୁ ଆଜି ଭେଟିବ କଲିକତା ନାଇଟ ରାଇଟ ରାଇଡର୍ସ

ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୩୯ତମ ମ୍ୟାଚ । ତେବେ ତୃତୀୟ ସ୍ଥାନରେ ଥିବା ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ବିଜୟ ଲକ୍ଷ ନେଇ ପଡିଆକୁ ଓଲ୍ଲାଇବ ଆଜି କଲିକତା । ଏହି ମ୍ୟାଚ ଆବୁଧାବିରେ ସଂନ୍ଧ୍ୟା ୭.୩୦ରେ ଖେଳାଯିବ । ତେବେ କଲିକତା ଆଜିର ମ୍ୟାଚ ଜିତି ତା’ର ବିଜୟ ଅଭିଯାନକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବ । କଲିକତା ଦଳର ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ଶୁଭମାନ ଗିଲ ଓ ଇୟାନ ମୋର୍ଗାନ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ତେବେ ଷ୍ଟାର ପ୍ଲେୟାର ଆଣ୍ଡ୍ରେ ରସେଲଙ୍କ ବ୍ୟାଟିଂର ଯାଦୁ ଏପର୍ଯ୍ୟନ୍ତ ଦର୍ଶକଙ୍କୁ ଦେଖିବାକୁ ମିଳିନାହିଁ । ସେହିପରି ଦ୍ରୁତ ବୋଲର ନାଗରକୋଟି ଓ ଶୁଭମ ମାଭି ପୂର୍ବ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଯାହା ଆଜିର ମ୍ୟାଚରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଏକ ବଡ଼ ସ୍କୋରକୁ ରୋକିବାରେ ସହାୟକ ହେବ । ସେହିପରି ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର ଟିମ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରିଛି । ଏହି ମ୍ୟାଚରେ କ୍ୟାପଟେନ କୋହଲି ତାଙ୍କ ବ୍ୟାଟିଂର ଯାଦୁ ଦର୍ଶକଙ୍କୁ ଦେଖାଇପାରିଥିଲେ । ଷ୍ଟାର ପ୍ଲେୟାର ଭାବେ ଦଳରେ ଏବି.ଡ଼ିଭିଲର୍ସ, ଆରୋନ ଫିଞ୍ଚଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଅଛନ୍ତି । ସେହିପରି ବୋଲିଂ ବିଭାଗରେ ଡ଼େଲ ଷ୍ଟେନ, ଉମେଶ ୟାଦବ ଓ ନମଦ୍ୱୀପ ସାଇନି ଭଳି ପ୍ରମୁଖ ବୋଲର ଅଛନ୍ତି । ଯାହାକି ଟିମର ଜିତିବା ଆଶାକୁ ଉଜ୍ଜଳ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular