ଭୁବନେଶ୍ୱର : ରାଜ୍ୟରେ ଏଯାବତ ୧୪ ପୁଲିସ କର୍ମଚାରୀଙ୍କୁ କରୋନା ମୃତ୍ୟୁ ହୋଇଛି । ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ସାହାଯ୍ୟ ପାଇଁ ଉଦ୍ୟମ କରାଯାଉଛି ବୋଲି ପୋଲିସ ଡିଜିପି ସୂଚନା ଦେଇଛନ୍ତି । କରୋନା ମହାମାରୀ କବଳରେ କରୋନା ଯୋଦ୍ଧା ଭାବେ କେବଳ ପୁଲିସ ବିଭାଗ ନୁହେଁ , ଅନ୍ୟ ବିଭାଗରେ କାର୍ଯ୍ୟରତ ଥିବା କୋଭିଡ଼ ଯୋଦ୍ଧାଙ୍କର ମଧ୍ୟ ଜୀବନ ଯାଇଛି । କିଛି ଦିନ ତଳେ ରାଉରକେଲାରେ କରୋନା ସଂକ୍ରମଣ ଯୋଗୁଁ ଜଣେ କୋଭିଡ଼ ଯୋଦ୍ଧା ଡ଼ାକ୍ତରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ କାର୍ଯ୍ୟରତ ଡ଼ାକ୍ତର ଅରୁଣ କୁମାର ଦାଶ ।
ସେହିପରି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବରଗାଁ ପ୍ରାଥମିକ ଚିକିତ୍ସାଳୟରେ ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀ ପ୍ରାଣ ହରାଇଥିଲେ । କରୋନାରେ ଶିକାର ହୋଇଥିବା ରାଉରକେଲାର ଡ଼ାକ୍ତର ଅରୁଣ କୁମାର ଦାଶ ଓ ଭଞ୍ଚନଗରର ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀଙ୍କୁ ଶେଷ ସମ୍ମାନ ଦିଆଯାଇଥିବା ନେଇ ପୋଲିସ ଡିଜିପି ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0