ଅହମ୍ମଦାବାଦ: ଭ୍ରମଣକାରୀ ଇଂଲଣ୍ଡ ଦଳ ବିପକ୍ଷରେ ୩ୟ ଟେଷ୍ଟ ମ୍ୟାଚ ଆଜି ଠାରୁ ମୋଟେରା ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି । ଏହି ଦିବାରାତ୍ର ମ୍ୟାଚ୍ ଗୋଲାପି ବଲ୍ରେ ଖେଳାଯିବ। ଭାରତୀୟ ଦଳ ପାଇଁ ଏହା ୩ୟ ଦିବାରାତ୍ର ଟେଷ୍ଟମ୍ୟାଚ୍ ହେବ। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍ ଦିବାରାତ୍ର ଟେଷ୍ଟରେ ୩୬ ରନ୍ରେ ଅଲ୍ଆଉଟ ହୋଇ ଭାରତ ପରାସ୍ତ ହୋଇଥିଲା। ଦିବାରାତ୍ର ଟେଷ୍ଟରେ ଭାରତ ୧-୧ ସ୍ଥିତିରେ ଥିବା ବେଳେ ଚଳିତ ଟେଷ୍ଟ ସିରିଜ୍ ମଧ୍ୟ ୧-୧ ସ୍ଥିତିରେ ରହିଛି। ପ୍ରଥମ ଟେଷ୍ଟରେ ଅଧିନାୟକ ଜୋ ରୁଟ୍ଙ୍କ ଦ୍ବିଶତକ ବଳରେ ଇଂଲଣ୍ଡ ଜିତିଥିବା ବେଳେ ୨ୟ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ ଜାଲରେ ଛନ୍ଦିହୋଇ ପରାସ୍ତ ହୋଇଥିଲା ଇଂଲଣ୍ଡ। ବିଶ୍ବର ଏହି ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଏହା ଦିବାରାତ୍ର ଟେଷ୍ଟମ୍ୟାଚ୍ ହୋଇଥିବାରୁ ଇଂଲଣ୍ଡର ପେସ୍ ବୋଲର ଏଥିରୁ ଫାଇଦା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ନିଶ୍ଚୟ।




Visitors Today : 1
Total Visitors : 130301
Total Views : 9891804
Visitors Online Now : 0