ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହା ସ୍ୱତ୍ତେ ସାରା ଦେଶରେ କରୋନା କଟକଣା କୋହଳ କରିବାରେ ଲାଗିଛନ୍ତି କେନ୍ଦ୍ର ସରକାର । ଅନଲକ୍ -୪ରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଅନୁମତି ଦିଆଯାଇଥିବେଳେ ଏବେ ଆନ୍ତର୍ଜାତୀୟ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପୂର୍ବ ନିର୍ଦ୍ଧାରିତ ବିମାନସେବାକୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଭାରତୀୟ ବିମାନ ଚଳାଚଳ ସଂସ୍ଥା ଡ଼ିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଅତି ଜରୁରୀକାଳୀନ ବିମାନ ଗୁଡ଼ିକୁ କେତେକ ସ୍ୱତନ୍ତ୍ର ରୁଟ୍ ଦେଇ ଚଳାଚଳ କରିବାକୁ ଅନୁମତି ଦିଆଯିବ ଏବଂ ପୂର୍ବ ନିର୍ଦ୍ଧାରିତ ସମସ୍ତ ବିମାନ ଚଳାଚଳକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି । ସେହି ସମୟରେ ମେ ରୁ ‘ବନ୍ଦେ ଭାରତ ମିଶନ’ ଅଧିନରେ ଆସୁଥିବା ସ୍ୱତନ୍ତ୍ର ଆର୍ନ୍ତଜାତୀୟ ବିମାନ ଗୁଡ଼ିକ ଚଳାଚଳ କରିପାରିବ । ଏହି ସ୍ଥଗିତ ବିମାନ ସେବା ଆର୍ନ୍ତଜାତୀୟ ମାଲ ପରିବହନ କ୍ଷେତ୍ରରେ କୈାଣସି ପ୍ରଭାବ ପକାଇବ ନାହିଁ ବୋଲି ଭାରତୀୟ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0