ନ୍ୟାସନାଲ ଇଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (NIT) , କାଲିକଟରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ମୁତାବକ ରେସିଡେଣ୍ଟ ମେଡିକାଲ ଅଫିସର, ଫାର୍ମାସୁ୍ୟଟିକାଲ ଆସିଷ୍ଟାଣ୍ଟ, ପ୍ରୋଜେକ୍ଟ ଟେକ୍ନିକାଲ ଆସିଷ୍ଟାଣ୍ଟ, ଟେକ୍ନିକାଲ ଆସିଷ୍ଟାଣ୍ଟ, ଲ୍ୟାବ ଟେକ୍ନିସିଆନ୍ ଏବଂ ପଂପ ଅପରେଟର ସମେତ ଅନେକ ପଦବବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି । ଅନଲାଇନ୍ କିମ୍ବା ଅଫଲାଇନ୍ ଦୁଇଟି ଉପାୟରେ ଆବେଦନ କରାଯାଇପାରିବ । ଏନେଇ ଅନଲାଇନ୍ ଆବେଦନର ଶେଷ ତାରିଖ ଆସନ୍ତା ୨୧ ଅଗଷ୍ଟ ଏବଂ ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ମାସ ସ୍ଥିର କରାଯାଇଛି ।
ଜରୁରୀ ତାରିଖ:
ଉକ୍ତ ପଦବୀରେ ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ: ୫ ଅଗଷ୍ଟ ୨୦୨୦
ଅଫଲାଇନ୍ ଆବେଦନ କରିବାର ଶେଷ ତାରିଖ: ୨୧ ଅଗଷ୍ଟ ୨୦୨୦
ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା:
ପ୍ରୋଜେକ୍ଟ ଅଫିସ୍ ଆସିଷ୍ଟାଣ୍ଟ- ଏହି ପଦବୀରେ ଆବେଦନ ପାଇଁ ଆବେଦନକାରୀଙ୍କ ପାଖରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ।
ଲାଇବ୍ରେରି ଆସିଷ୍ଟାଣ୍ଟ- ଲାଇବ୍ରେରି ସାଇନ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
ପ୍ରୋଜେକ୍ଟ ଟେକ୍ନିକାଲ ଆସିଷ୍ଟାଣ୍ଟ: ଆବେଦନକାରୀଙ୍କ ପାଖରେ ଇଞ୍ଜିନିୟରିଂରେ ଡିପ୍ଲୋମା କିମ୍ବା ବିଏ/ ବିଟେକ୍ ସହ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ।
ଟେକ୍ନିକାଲ ଆସିଷ୍ଟାଣ୍ଟ- ଆବେଦନକାରୀଙ୍କ ପାଖରେ ବିଟେକ୍ /ବିଏ/ଡିପ୍ଲୋମା କିମ୍ବା ବିସିଏ ସହ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0