କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବଡପଡାର ଘଡେଇପେଟା ସାହିରୁ ମୁଖ୍ୟ ରାସ୍ତାକୁ ବଂଶଧାରା ନଦୀ ଯୋଗାଯୋଗ ବିଚ୍ଛିନ୍ନ କରୁଛି । ନଦୀରେ ପୋଲ ନ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇ ପାରୁନି । ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ପ୍ରସୂତୀକୁ ୧ କି.ମି. ଖଟିଆରେ ବୁହା ହୋଇ ନଦୀ ପାରି ହେବାକୁ ପଡିଛି । ପ୍ରସ୍ତୁତୀ ମହିଳା ବାସନ୍ତି ହରିଜନ ଲାଞ୍ଜିଗଡ ହସ୍ପିଟାଲରେ ଶିଶୁ ପୁତ୍ର ଜନ୍ମ ଦେଇ ସୁସ୍ଥ ଅଛନ୍ତି । ଦୀର୍ଘ ଦିନ ହେବ ନଦୀରେ ପୋଲ ନିର୍ମାଣ ଦାବି କରାଯାଉଥିଲେ ବି ପ୍ରଶାସନ ଅଣଦେଖା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0