ଯୁକ୍ତ୨ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନ ରେ ଶିକ୍ଷା ଦିଆଯିବ। ଅକ୍ଟୋବର ୨୬ରୁ ନଭେମ୍ବର ୨ ପର୍ଯ୍ୟନ୍ତ ୬ ଦିନ ଧରି ବାଣିଜ୍ୟ, ରସାୟନ ବିଜ୍ଞାନ, ଗଣିତ, ଉଦ୍ଭିଦ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଷୟରେ ପଢ଼ାଯିବ। ୨୬ ତାରିଖରେ ବାଣିଜ୍ୟ, ୨୭ରେ ରସାୟନ ବିଜ୍ଞାନ, ୨୮ ଓ ୨୯ରେ ଗଣିତ, ୩୦ରେ ଉଦ୍ଭିଦ ବିଜ୍ଞାନ ଓ ୨ ତାରିଖରେ ଜୀବ ବିଜ୍ଞାନ ବିଷୟରେ ପ୍ରସାରଣ ହେବ। ଶନିବାର ଓ ରବିବାର ବ୍ୟତୀତ ବାକି ଦିନରେ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଦୂରଦର୍ଶନରେ ଏହି ଶିକ୍ଷାଦାନ କାର୍ଯ୍ୟକ୍ରମ ପ୍ରସାରିତ ହେବ। ଏସମ୍ପର୍କରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ବୃନ୍ଦାବନ ବେହେରା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0