ଆସନ୍ତା ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ-୨୦୨୧। ବିରାଟ କୋହଲିଙ୍କ ନେତୃତ୍ୱରେ ଦଳ ଲଗାତର ୪ଟି ମୁକାବିଲା ହାରିବା ସତ୍ତ୍ନେ ପ୍ଲେ-ଅଫରେ ପାଦ ଦେଇଥିଲା। ଆରସିବି ୨୦୨୦ ଆଇପିଏଲରେ ନିଜର ଅଭିଯାନ ହାଇଦ୍ରାବାଦକୁ ପରାସ୍ତ କରି ଆରମ୍ଭ କରିଥିଲା। ଆରସିବି ଏବେଯାଏଁ ଟ୍ରଫି ଜିତିପାରି ନାହିଁ। ବିରାଟ ୨୦୨୧ରେ ଦଳକୁ ଟ୍ରଫି ଉପହାର ଦେବା ନେଇ ପ୍ରୟାସ କରିବେ। ଆଗାମୀ ମୁକାବିଲା ପୂର୍ବରୁ ଦଳ ୧୦ ଖେଳାଳିଙ୍କୁ ରିଲିଜ କରି ୮ ନୂଆ ଖେଳାଳି କିଣିଛି। ଦଳ ଗ୍ଲେନ ମ୍ୟାକ୍ସଓ୍ୱେଲ ଓ କାଇଲ୍ ଜେମିସନଙ୍କୁ କିଣିଛି। ଦଳ ନୂଆ ରଣନୀତି ସହ ପଡିଆକୁ ଓହ୍ଲାଇବ। ଟି୨୦ରେ ଅଷ୍ଟ୍ରେଲିଆ ତରଫରୁ ଓପନିଂ କରି ମ୍ୟାକ୍ସଓ୍ୱେଲ ଶତକ ଲଗାଇଥିଲେ। ଚଳିତ ଥର ସେ ଓପନିଂ କରିପାରନ୍ତି। ଦଳ ପାଖରେ ଏବି ଡିଭିଲର୍ସ ରହିଛନ୍ତି। ସେ ମଧ୍ୟ କ୍ରମରେ ୧୩ ମ୍ୟାଚରୁ ୧୦୮ ରନ୍ କରିଥିଲେ। ଗୋଟିଏ ହେଲେ ଛକା ଲଗାଇପାରି ନଥିଲେ। କିନ୍ତୁ ଦେବଦତ୍ତ ପାଦିକଲ ୪୭୩ ରନ୍ କରିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0