spot_img

ବିଜୟା ରଥଯାତ୍ରା ପାଇଁ ଆରମ୍ଭ ପ୍ରସ୍ତୁତି

ଯାଜପୁର: ଆସନ୍ତା ୧୭ରେ ଆରମ୍ଭ ହେବାକୁ ଯାଉଛି ମା ବିରଜାଙ୍କ ରଥଯାତ୍ରା । ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ସୁଦ୍ଧା ସେବାୟତଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ୯ ଦିନର ଏହି ରଥଯାତ୍ରା ପାଇଁ କାର୍ୟ୍ୟରେ ନିୟୋଜିତ ହେବାକୁ ଥିବା ସମସ୍ତ ପୁଲିସ, ସେବାୟତମାନଙ୍କର ସମୟ ବ୍ୟବଧାନରେ ୩ ଥର କରୋନା ପରୀକ୍ଷା କରାଯିବ ।
ଅପରାହ୍ନ ୩.୩୦ ରୁ ୬.୩୦ ମଧ୍ୟରେ ରଥ ଟଣା କାର୍ଯ୍ୟ ଶେଷ ହେବ । ପ୍ରଶାସନ, ପୁଲିସ ଓ ସେବାୟତ ଏହି ରଥଟଣା କାର୍ଯ୍ୟ ସଂପନ୍ନ କରିବେ । ରଥଟଣା କାର୍ଯ୍ୟରେ ନିୟୋଜିତ ସେବାୟତମାନଙ୍କୁ ସ୍ବତନ୍ତ୍ର ପରିଚୟ ପତ୍ର ବ୍ୟବସ୍ଥା କରାଯାଉଛି । ଏପରିକି ମନ୍ଦିର ପରିସରରେ ୯ ଦିନ ବ୍ୟାପୀ ୧୪୪ ଧାରା ଲାଗୁ ହେବ । ରଥଯାତ୍ରାବେଳେ ମନ୍ଦିର ଚତୁଃପାର୍ଶ୍ବରେ ଥିବା ଦୋକାନ ବନ୍ଦ ରହିବ । ମା’ ବିରଜାଙ୍କ ପାଦ ଦର୍ଶନ ଚଳିତ ବର୍ଷ ବନ୍ଦ ରହିବା ସହ ଜନସାଧାରଣଙ୍କ ସହଯୋଗ ଲୋଡିଛି ଜିଲ୍ଲା ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular