spot_img

ଭାରତରେ କୋଭିଡ଼୍ ଟିକା ଉତ୍ପାଦନ ପାଇଁ ରୁଷ୍ ଆଗ୍ରହୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାରା ବିଶ୍ୱ ଏବେ ଏହାର ପ୍ରତିଷେଧକ ଟିକା ନିର୍ମାଣ କରିବାରେ ଲାଗିପଡ଼ିଛନ୍ତି । ଏହି କ୍ଷେତ୍ରରେ ଦୁଇ ପାଦ ଆଗରେ ଅଛି ରୁଷ୍ । ଭାରତରେ କୋଭିଡ଼୍‌-୧୯ ଟିକା ‘ସ୍ଫୁଟନିକ୍ -୫’ର ଉତ୍ପାଦନ କରିବାକୁ ରୁଷ୍ ଆଗ୍ରହୀ ବୋଲି ରୁଷ୍‌ର ‘ଡାଇରେକ୍ଟ୍ ଇନ୍‌ଭେଷ୍ଟମେଣ୍ଟ୍ ଫଣ୍ଡ୍‌’ ସିଇଓ କିରିଲ ଡିମିତ୍ରିଏଭ୍ କହିଛନ୍ତି । ରୁଷ୍‌ର ଏହି ଟିକାର ବିକାଶ ନିମନ୍ତେ ଏହି ସଂସ୍ଥା ଅର୍ଥ ବିନିଯୋଗ କରିଛି । ଭାରତରେ ଏହି ଟିକାର ଉତ୍ପାଦନ ନିମନ୍ତେ ରୁଷ୍ ଭାରତୀୟ ନିୟନ୍ତ୍ରକ ଏବଂ ଉତ୍ପାଦନକାରୀଙ୍କ ସହ ଯୋଗାଯୋଗ ଚଳାଇଛନ୍ତି । ଭାରତ, ଭାରତୀୟ ବୈଜ୍ଞାନିକ ଏବଂ ନିର୍ମାତାଙ୍କ ସହ ତାଙ୍କର ଉତ୍ତମ ଯୋଗାଯୋଗ ରହିଛି । ସେମାନେ ଆମର ଜ୍ଞାନକୌଶଳ ବୁଝନ୍ତି ବୋଲି କିରିଲ କହିଛନ୍ତି ।
ବ୍ୟାପକ ପରିମାଣର କୋଭିଡ଼୍ ଟିକା ଉତ୍ପାଦନ ନିମନ୍ତେ ଭାରତର ଉତ୍ପାଦନ ସାମର୍ଥ୍ୟ ଅଛି । ସେହି ଦୃଷ୍ଟିରୁ ରୁଷ୍ ଭାରତକୁ ଉତ୍ପାଦନକାରୀ ଅଂଶୀଦାର କରିବାକୁ ଆଗ୍ରହୀ । ପୂର୍ବରୁ ଭାରତ ଟିକା ଉତ୍ପାଦନ ନିମନ୍ତେ ଇଚ୍ଛୁକ ଥିବା ମୋଦୀଙ୍କ ବକ୍ତବ୍ୟରୁ ଜଣାପଡ଼ିଥିଲା । ଟିକା ତିଆରି ପାଇଁ ଭାରତର ପ୍ରଚେଷ୍ଟା ମଧ୍ୟ ଜାରି ରହିଛି । ତେଣୁ ରୁଷ୍ ଭାରତରେ ଟିକା ଉତ୍ପାଦନ ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି । ଭାରତରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ରୁଷ୍ ଉନ୍ମୁକ୍ତ ରହିଛି । ଭାରତ, ସାଉଦି ଆରବ ଏବଂ ୟୁଏଇ ସମେତ ୨୦ ଟି ଦେଶ ସହିତ କାର୍ଯ୍ୟ କରୁଛୁ । ଏହି ଟିକା ବିଶ୍ୱବ୍ୟାପୀ ଉତ୍ପାଦନକାରୀ ଅଂଶୀଦାରଙ୍କ ଲାଗି ସୁଲଭ ଓ ଗ୍ରହଣୀୟ ହେଉ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular