spot_img

ଆମେରିକା ରାଷ୍ଟ୍ରପତି ନିର୍ବାଚନ, କମଳାଙ୍କୁ ପ୍ରଶଂସା କଲେ ବାଇଡେନ୍

ୱାସିଂଟନ: ନଭେମ୍ବର ୩ ତାରିଖରେ ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ଉଭୟ ଉଭୟଙ୍କ ଗୁଣଗାନ କରିଛନ୍ତି । ପ୍ରଥମେ କମଳା ହାରିସ ଜୋ ବାଇଡେନଙ୍କୁ ସମର୍ଥନ ପୂର୍ବକ ଟ୍ରମ୍ପଙ୍କ ବିଫଳତାକୁ ବୟାନ କରିଥିଲେ । ବାଇଡେନ୍ ମଧ୍ୟ କମଳାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ସେ କହିଛନ୍ତି, କମଳା ହେଉଛନ୍ତି ଆମେରିକାର ଏକ ଶକ୍ତିଶାଳୀ ସ୍ୱର ଏବଂ ଏକ ସଫଳ ଆମେରିକୀୟ । ୫୫ ବର୍ଷୀୟ କମଳା ବହୁ ଘାତପ୍ରତିଘାତ ସହି ରାଜନୀତିରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି । କମଳାଙ୍କ ପାରିବାରିକ ବିବିଧତା ମଧ୍ୟ ତାଙ୍କ ସଫଳତାର ଅନ୍ୟ ଏକ କାହାଣୀ । ତାଙ୍କ ପିତା ଜାମାଇକାର ଏବଂ ମାତା ଭାରତର । କମଳା ଜଣେ କୃଷ୍ଣକାୟ ମହିଳାଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି । ଏ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି କମଳା ସଫଳତା ହାସଲ କରିପାରିଛନ୍ତି ବୋଲି ଜୋ ବାଇଡେନ୍ କହିଛନ୍ତି । କମଳା ଏବଂ ତାଙ୍କ ଭିତରେ ଗୋଟିଏ ସାମଞ୍ଜସ୍ୟ ହେଉଛି, ଦୁହେଁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ପରିବାର ସୂତ୍ରରୁ ବଳ ପାଇଛନ୍ତି ବୋଲି ବାଇଡେନ୍ କହିଛନ୍ତି । ସେ ଓ କମଳା ବିଜୟୀ ହେଲେ ଆମେରିକାର ଯୁବ ବର୍ଗଙ୍କ କଥା ଉଠାଇବେ ଏବଂ ଆମେରିକାରେ ଦେଖା ଦେଇଥିବା ବର୍ଣ୍ଣବୈଷମ ଭେଦଭାବ ଦୂର କରିବେ ବୋଲି ବାଇଡେନ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular