ନୂଆଦିଲ୍ଲୀ: କରୋନା ଭୂତାଣୁ କବଳରେ ସାରା ବିଶ୍ୱ । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବାବେଳେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଟ୍ୱିଟରେ ସେ ଲେଖିଛନ୍ତି କି ଆଜି ମୋର ଓ ମୋ ପତ୍ନୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଆମେ କ୍ୱାରେଣ୍ଟାଇନ ଓ ଶୀଘ୍ର ସୁସ୍ଥ ହେବାର ପ୍ରକ୍ରିୟା ଆରମ୍ଭ କରିବୁ । ସାଥୀ ହୋଇ ଏହାକୁ ସାମ୍ନା କରିବେ ବୋଲି ସେ ଲେଖିଛନ୍ତି ।
Tonight, @FLOTUS and I tested positive for COVID-19. We will begin our quarantine and recovery process immediately. We will get through this TOGETHER!
— Donald J. Trump (@realDonaldTrump) October 2, 2020
ପୂର୍ବରୁ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା କରୋନା ଆକ୍ରାନ୍ତ ହୋଇଥିବା ଖବର ମଧ୍ୟ ଟ୍ୱିଟ୍ କରି ଜଣାଇଥିଲେ ଟ୍ରମ୍ପ । ନଆମେରିକାରେ ବର୍ତ୍ତମାନ ନିର୍ବାଚନ ଋତୁ ଚାଲିଥିବା ବେଳେ ଟ୍ରମ୍ପ କରୋନା ଆକ୍ରାନ୍ତ ହେବା ତାଙ୍କ ନିର୍ବାଚନ ପ୍ରଚାରରେ ବାଧକ ସାଜିବ ବୋଲି ଚର୍ଚ୍ଚା ହେଉଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0