ଅସ୍ତରଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ ରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବେଳା ଭୁମି । ୩୦ ବର୍ଷ ଧରି ନିରବିଛିନ୍ନ ଭାବେ ସଫେଇ କରାଯାଉଥିବା ପ୍ରସଙ୍ଗରେ ସକାରାତ୍ମକ କାହାଣୀ ପୃଷ୍ଠାରେ ସ୍ଥାନ ଏହା ପାଇଛି । ବିରଳ ଅଲିଭ୍ ରୀଡ଼ଲ କଇଁଛଙ୍କ ସମାଗମକୁ ସୁଗମ କରିବା ପାଇଁ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଟ୍ରଷ୍ଟର ୬ ଜଣ ସଦସ୍ୟ ଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ମନକିବାତ କାର୍ଯ୍ୟକ୍ରମରେ ଖୁବ୍ ପ୍ରଶଂସା କରିଛନ୍ତି । ପ୍ରଶଂସା ପରେ ଆୟୋଜକଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ପୁର୍ବରୁ କେନ୍ଦ୍ର ପେଟ୍ରଲିୟମ ମନ୍ତ୍ରୀ ମନ୍ତ୍ରୀ ସହ ଭାରତ ସରକାରଙ୍କ ଜଂଗଲ, ପରିବେଶ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭେଦକର ଉଚ୍ଚ ପ୍ରଶଂସା କରିଥିଲେ ।

କୋଡ଼ିଏ କିଲୋମିଟର ପ୍ରସସ୍ତ ଏହି ଅଣ୍ଡାଦାନ ସ୍ଥଳୀକୁ ପାଂଚ ଟନରୁ ଅଧିକ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ କରାଯାଇଛି । ଏଥିପାଇଁ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ଼. ଅଚୁତ୍ୟ ସାମନ୍ତ, ରାଜ୍ୟ ସଭା ସାଂସଦ ଡ଼. ଅମର ପଟ୍ଟନାୟକ ଏବଂ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରୀୟଦଶର୍୍ିନୀଙ୍କ ସମେତ ଦେଶର କୋଣ ଅନୁକୋଣରୁ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଏହି ସ୍ୱଚ୍ଛତା ପାଇଁ ପ୍ରଶଂସା କରାଯାଇଛି । ବିରଳ କଇଁଛଙ୍କ ଅଣ୍ଡାଦାନ ସୁଗମ କରିବା ପାଇଁ ବଙ୍ଗୋପ ସାଗର ଉପକୁଳ ରେ ଅଲିଭ୍ ରୀଡ଼ଲଙ୍କ ଏନ୍ତୁଡ଼ିଶାଳ ଦେବୀ ମୁହାଣକୁ ଜାଲ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଟ୍ରଷ୍ଟର ସୋମ୍ୟ ରଂଜନ ବିଶ୍ୱାଳ ଙ୍କ ସମେତ ଅନ୍ୟ କର୍ମି ମାନେ ଅଂଶଗ୍ରହଣ କରିଥିଲେ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0