spot_img

ରେକର୍ଡରେ ପେଟ୍ରୋଲ ଓ ଡ଼ିଜେଲ ଦର

ଭୁବନେଶ୍ୱର : ଦେଶରେ ବଢିଚାଲିଛି ପେଟ୍ରୋଲ ଓ ଡ଼ିଜେଲ ଦର । ଗତ ଦୁଇ ବର୍ଷ ମଧ୍ୟରେ ପେଟ୍ରୋଲ ଦର ଦେଶରେ ସର୍ବୋର୍ଚ୍ଚ ସ୍ତରକୁ ପହଂଚିଛି । ମୁମ୍ବାଇରେ ପେଟ୍ରେଲ ଦର ୯୦ ପଇସା ଟପି ଯାଇଥିବା ବେଳେ ଡ଼ିଜେଲ ଦର ୮୦ ଟଙ୍କା ଟପିଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ଦୀର୍ଘ ଦିନ ପରେ ପେଟ୍ରେଲ ଦର ୮୪ ଟଙ୍କା ଟପିଛି ଓ ଡ଼ିଜେଲ ଦର ୮୦ ଟଙ୍କା ଟପିଯାଇଛି । ଗତ ଶନିବାର ତୁଳନାରେ ରବିବାର ଭୁବନେଶ୍ୱରରେ ପେଟ୍ରେଲ ଦର ଲିଟର ପିଛା ୨୯ ପଇସା ବଢିଛି । ଡ଼ିଜେଲ ଦର ୩୧ ପଇସା ବଢିଛି । ସେହିପରି ଦିଲ୍ଲୀରେ ପେଟ୍ରେଲ ଦର ୨୮ ପଇସା ଏବଂ ଡ଼ିଜେଲ ଦର ୨୯ ପଇସା ବଢିଛି । ଦିଲ୍ଲୀରେ ଲିଟର ପିଛା ପେଟ୍ରେଲ ଓ ଡ଼ିଜେଲ ଦର ୮୩ଟଙ୍କା୪୧ ପଇସା ଓ ୭୩ ଟଙ୍କା ୬୧ ପଇସା ଛୁଇଁଛି ।ଚେନ୍ନାଇରେ ପେଟ୍ରୋଲ ଓ ଡ଼ିଜେଲ ଦର ୮୪ଟଙ୍କା ୩୧ପଇସା ଏବଂ ୭୬ଟଙ୍କା ୪୪ ପଇସା ଛୁଇଁଛି । ସେହିପରି କୋଲକାତାରେ , ୮୨ଟଙ୍କା ୨୯ ପଇସା ଓ ୭୪ଟଙ୍କ । ୨୪ ପଇସା ଛୁଇଁଛି । ଗତ ୨୦ ତାରିଖରୁ ସରକାରୀ ତୌଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡ଼ିଜେଲ ୧୪ ଥର ବଢାଇ ସାରିଲେଣି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular