spot_img

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ; ମିଠାର ଦାମ୍ ୧୬୦୦୦

ସବୁଠାରେ ଭିନ୍ନ ଭିନ୍ନ ମିଠାର ଚାହିଦା ରହିଛି । କିଛି କିଛି ଲୋକ ମିଠା ଖାଇବା କୁ ଏତେ ପସନ୍ଦ କରନ୍ତି କି ସେମାନେ ଦେଖନ୍ତି ନାହିଁ ମିଠାର ଦାମ୍ କେତେ । ହେଲେ ଏମିତିରେ ଯଦି କୌଣସି ମିଠାର ଦାମ ଏତେ ଅଧିକ ଶୁଣିଲେ ହୁଏତ ନହେଲେ ଆଶ୍ବର୍ୟ୍ୟ ହେବେ । ତେବେ ଏଭଳି ଏକ ଦାମୀ ମିଠା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଏହି ମିଠାର ଦାମ କିଲୋ ପ୍ରତି ରହିଛି ୧୬ ହଜାର ଟଙ୍କା । ଆଶ୍ଚର୍ୟ୍ୟ ଲାଗୁଥିଲେ ବି ଏହା ସତ ।

ଆପଣ ଭାବୁଥିବେ ଏହି ମିଠାରେ ଏପରି କ’ଣ ରହିଛି ଯେ ଏହାର ଦାମ ଏତେ ଅଧିକ । ପ୍ରକୃତରେ ଏହି ମିଠା କୌଣସି ସାଧାରଣ ମିଠା ନୁହେଁ ଏହା ଉପରେ ହୋଇଛି ସୁନାର ପ୍ଲେଟେଡ୍ । ଭାଇରାଲ ହେଉଥିବା ଏହି ଭିଡିଓରେ ଦୋକାନୀ ଜଣକ ମିଠାରେ ସୁନା ଚଢ଼ାଉଥିବାର ଦେଖାଯାଉଛି । ଚକଚକ୍ କରୁଥିବା ସୁନା ଯେତେବେଳ ମିଠା ଉପରେ ରଖାଯାଉଛି ତାହାର ଆକର୍ଷଣ ଆହୁରି ବଢ଼ିଯାଉଛି । ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଏବେ ସୁଧା ୮ ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଲାଣି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular