ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍ ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହୋଇଛନ୍ତି । ତିରୁବନନ୍ତପୁରମସ୍ଥିତ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ନିର୍ଦ୍ଦେଶକ ଥିବା ଏସ ସୋମନାଥ ଜଣେ ରକେଟ ବିଶେଷଜ୍ଞ ଓ ଏୟାରସ୍ପେସ ଇଂଜିନିୟର ଭାବେ ବେଶ ଜଣାଶୁଣା । ଏହା ପୂର୍ବରୁ ଏସ୍ ସୋମନାଥ ତିରୁବନନ୍ତପୁରମସ୍ଥିତ ଲିକ୍ୱିଡ ପ୍ରୋପଲ୍ସନ ସିଷ୍ଟମ ସେଣ୍ଟର ନିର୍ଦ୍ଦେଶକ ଥିଲେ । ଇସ୍ରୋର ଯେତେଗୁଡିଏ ରକେଟର ବିକାଶ ହୋଇଛି ସେଥିରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସେ ଲଞ୍ଚ ଭେଇକିଲ ସିଷ୍ଟମ ଇଂଜିନିୟରିଂ, ଷ୍ଟ୍ରକଚରାଲ ଡିଜାଇନ, ଷ୍ଟକଚରାଲ ଡାଇନୋମିକ୍ସ ଓ ପାଇରୋଟେକନିକ୍ସର ଜଣେ ବିଶେଷଜ୍ଞ । ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହେବା ପୂର୍ବରୁ ସେ ଜିସାଟ-ଏମକେ୧୧(ଏଫ୦୯) କୁ ଅପଗ୍ରେଡ କରିବା କାମରେ ଲାଗିଥିଲେ । ସ୍ନାତକ ଶେଷ କରିବା ପରେ ଏସ୍ ସୋମନାଥ ବିକ୍ରମ ସାରାଭାଇ ସ୍ପେଷ୍ଟ ସେଣ୍ଟରରେ ଯୋଗ କରିଥିଷଲ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0