spot_img

ପବିତ୍ର ପର୍ବ ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ହୋଲି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହିନ୍ଦୀ ଭାଷାରେ ଟୁଇଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ହୋଲି ଉପଲକ୍ଷେ ଆପଣମାନଙ୍କୁ ଅନେକ ଶୁଭକାମନା । ଆନନ୍ଦ, ଉଦ୍ଦୀପନା, ହର୍ଷ ଓ ଉଲ୍ଲାସର ଏହି ଉତ୍ସବ ପ୍ରତ୍ୟେକଙ୍କ ଜୀବନରେ ନୂଆ ଉତ୍ସାହ ଓ ଶକ୍ତି ସଞ୍ଚାର କରୁ ।ଉଲ୍ଲେଖଯୋଗ୍ୟ, ବ୍ୟାପକ କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସମେତ ଦେଶର କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଲି ଅବସରରେ ଜନସମାଗମ ଉପରେ ନିଷେଧାଜ୍ଞା ଜାରି କରାଯାଇଛି । ବିଶେଷଜ୍ଞ ଏବଂ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନେ ସତର୍କ କରାଇ କହିଛନ୍ତି ଯେ, ଯଦି ଲୋକେ କୋଭିଡ-୧୯ ନିୟମ ଅନୁସରଣ ନ କରନ୍ତି, ‘ହୋଲି’ ଓ ‘ଶାବ-ଏ-ବରାତ’ ଭଳି ଉତ୍ସବାନୁଷ୍ଠାନ ‘ସୁପର୍ସ୍ପ୍ରେଡର୍’ ପାଲଟିଯିବ । ଗୁଜରାଟ ଏବଂ ଓଡ଼ିଶାରେ ହୋଲି ଅବସରରେ ସର୍ବସାଧାରଣ ସ୍ଥାନରେ ଜନସମାଗମ ଉପରେ ନିଷେଧାଦେଶ ଜାରି କରାଯାଇଥିଲେ ମଧ୍ୟ କଟକଣା ସହ ପ୍ରଥାମତେ ପାରମ୍ପରିକ ହୋଲି ପାଳନ କରିବାକୁ ଅନୁମତି ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular