spot_img

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସିଏମ୍‌ ଚରଣଜିତ୍‌ ସିଂହ ଚନ୍ନି

ଗତ ସେପ୍ଟେମ୍ବର ୨୦ ତାରିଖରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଚରଣଜିତ୍‌ ସିଂହ ଚନ୍ନି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ସିଏମ୍‌ ଚନ୍ନି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଆବାସକୁ ଯାଇ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି । ମୋଦି ଏବଂ ଚନ୍ନିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ସୂଚନା ମିଳୁଛି ଯେ, ଅକ୍ଟୋବର ୧ ତାରିଖରୁ ପଞ୍ଜାବରେ ଧାନ କିଣା ପ୍ରକ୍ରିୟାକୁ ସ୍ଥଗିତ ରଖିବା ଘୋଷଣାକୁ ପ୍ରତ୍ୟାହାର କରିବା ପାଇଁ ଚନ୍ନି, ମୋଦିଙ୍କୁ ଅନୁରୋଧ କରିଥାଇପାରନ୍ତି । ଏହ ବ୍ୟତିତ ଦୀର୍ଘ ଦିନ ଧରି ଜାରି ରହିଥିବା ଚାଷୀ ଆନ୍ଦୋନ ବାବଦରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଖବର ମିଳିଛି । ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରଠାରୁ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିବେ ବୋଲି କହିଥିଲେ ଚନ୍ନି । ଯଦି ଏହା ସମ୍ଭବପର ନହୁଏ ତେବେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular