ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୨୧ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି। ଆଜି ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀ ବୁନ୍ଦେଲଖଣ୍ଡର ମହୋବାରେ ପହଞ୍ଚିଛନ୍ତି। ଏହା ପରେ ସେ ଝାନ୍ସିକୁ ଯାଇ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ରେ ଭାଗ ନେବେ। ଏହି ପର୍ବରେ ପ୍ରଧାନମନ୍ତ୍ରୀ ଅନେକ ଆଧୁନିକ ଅସ୍ତ୍ରଶସ୍ତ୍ର ସେନାକୁ ହସ୍ତାନ୍ତର କରିବାର ଯୋଜନା ରହିଛି। ଏହା ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀ ମହୋବାରୁ ‘ହର ଘର ନଲ ଜଲ ଯୋଜନା’ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଏହି ସବୁ କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ମୋଦୀ ଆଜି ସନ୍ଧ୍ୟାରେ ଲକ୍ଷ୍ନୌ ଫେରିବେ। ଲକ୍ଷ୍ନୌରେ ସେ ନଭେମ୍ବର ୨୦-୨୧ରେ ପୁଲିସ ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା ଡିଜିପି ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ତେବେ ଉତ୍ତରପ୍ରଦେଶ ଗସ୍ତ ପୂର୍ବରୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବଡ଼ ଘୋଷଣା କରିଥିଲେ। ତିନି ବିବାଦୀୟ କୃଷି ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିବେ ବୋଲି ଆଜି ସକାଳ ୯ଟାରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ। କ୍ଷମା ମାଗିବା ସହ ପ୍ରଧାନମନ୍ତ୍ରୀ ସ୍ବୀକାର କରିଥିଲେ ଯେ, କୃଷି ଆଇନ ସମ୍ବନ୍ଧରେ ଗୋଟିଏ ଗୋଷ୍ଠୀର କୃଷକମାନଙ୍କୁ ବୁଝାଇବାରେ ସରକାର ଅସମର୍ଥ ହୋଇଛନ୍ତି। ଚଳିତ ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉଚ୍ଛେଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଥିଲେ। ଆଜି ଗୁରୁ ପୂରବ। କୃଷକମାନଙ୍କୁ ଅନୁରୋଧ କରୁଛୁ ଦୟାକରି ନିଜନିଜର ଘରପରିବାରକୁ ଫେରି ଯାଆନ୍ତୁ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0