ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଭୁଟାନ ନିଜ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ନଗାଦା ପେଲ ଗି ଖୋରଲୋରେ ସମ୍ମାନୀତି କରିଛି। ଭୁଟାନର ପ୍ରଧାନମନ୍ତ୍ରୀ ଲୋଟୟା ଟଶେରିଙ୍ଗଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଏଥିସହ ଉଭୟ ଫେସବୁକ ଓ ଟ୍ୱିଟରେ ମୋଦିଙ୍କ ସହ ଲୋଟୟାଙ୍କ ଗୋଟିଏ ଫଟୋ ମଧ୍ୟ ଶେୟାର କରାଯାଇଛି। ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଜାରି କରିଥିବା ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏହି ପୁରସ୍କାର ପାଇଁ ଯୋଗ୍ୟ ଓ ଭୁଟାନବାସୀଙ୍କ ତରଫରୁ ତାଙ୍କୁ ଅଭିନନ୍ଦନ। ଫେସବୁକରେ ପ୍ରକାଶିତ ବିବୃତିରେ କୁହାଯାଇଛି, “ଦୀର୍ଘ ବର୍ଷ ହେଲାଣି ନିଃସର୍ତ୍ତ ସମର୍ଥନ ଓ ବନ୍ଧୁତାର ଡୋର ମୋଦି ଅଧିକ ସୁଦୃଢ଼ କରିଛନ୍ତି। ବିଶେଷ କରି ମହାମାରୀ ସମୟରେ ଭୁଟାନ ସହ ଭାରତ ଛିଡ଼ା ହୋଇଥିଲା। ସମସ୍ତ ଆଲୋଚନାରେ ଆପଣଙ୍କ ଯୋଗଦାନ ମହାନ ଭଳି ମନେ ହୁଏ। ଆପଣ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି। ଆପଣଙ୍କ ସହ ବ୍ୟକ୍ତିଗତ ଭାବେ ଏହି ସମ୍ମାନ ଉତ୍ସବ ପାଳନ କରିବାକୁ ଆଶାବାଦୀ।”ମହାମାରୀ କରୋନା ସମୟରେ ଭାରତ ସରକାର ପଡ଼ୋଶୀ ଭୁଟାନ ସମେତ ଏକାଧିକ ରାଷ୍ଟ୍ରକୁ ଟିକା ପଠାଇଥିଲେ। ପଡ଼ୋଶୀ ପ୍ରଥମ ନୀତିରେ ଭାରତ ସରକାର କାମ କରୁଛନ୍ତି। ଏହି କାରଣରୁ ଭୁଟାନ ପକ୍ଷରୁ ମୋଦିଙ୍କ ସହାୟତାକୁ ସମ୍ମାନୀତ କରାଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0