କରଞ୍ଜିଆ : ପବ୍ଲିକ ତାତିଲେ ବହୁତ ଖରାପ ହେବ । ଆପଣ ଅଧିକାରୀ ହେଲେ ବୋଲି କ’ଣ ମନଇଚ୍ଛା କିଛି ବି କରିବେ। ଗତକାଲି ମୟୂରଭଞ୍ଜ ଜିଲ୍ଲା କରଂଜିଆ ସହର ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏପରି କହି ଘଇଉ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଘଉଡ଼ାଇ ଦେଇଥିଲେ ସାଧାରଣ ଲୋକ । ଫଳରେ ଫାଇନ୍ କାଟିବାକୁ ଯାଇ ହଟହଟା ହୋଇ ଫେରିଲେ ଘଇଉ ଅଧିକାରୀଇଗତକାଲି ସନ୍ଧ୍ୟା ସମୟରେ କରଂଜିଆ ବଜାରରେ ଏକ ପିକଅପ୍ ଭ୍ୟାନ୍ରୁ କିଛି ଜିନିଷ ଅନଲୋଡ ହେଉଥିଲା। ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା ଘଇଉ କାର୍ୟ୍ୟନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ ଏବଂ କିଛି କର୍ମଚାରୀ ଗାଡ଼ି ନିକଟରେ ଅଟକିଥିଲେ। ଏହାପରେ ଗାଡ଼ି କାହିଁକି ମଝି ରାସ୍ତାରେ ଅଟକାଇଛ କହି ୫ ହଜାର ଟଙ୍କା ଫାଇନ୍ ଦେବାକୁ କହିଥିଲା।ଏହାକୁ ନେଇ ସ୍ଥାନୀୟ ବ୍ୟବସାୟୀମାନଙ୍କ ସହ ଏନଏସି ଅଧିକାରୀଙ୍କ ଉଚ୍ଚବାଚ ଆରମ୍ଭ ହୋଇଥିଲା। ଏପରିକି କିଛି ସ୍ଥାନୀୟ ଲୋକ ଉତକ୍ଷିପ୍ତ ହୋଇ ଘଇଉ କାର୍ୟ୍ୟ ନିର୍ବାହୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଘେରିବା ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।ଉତ୍ତ୍ୟକ୍ତ ଲୋକେ ଘଇଉ କାର୍ୟ୍ୟନିର୍ବାହୀ ଅଧିକାରୀ ଆସିଥିବା ଗାଡ଼ି ଡ୍ରାଇଭରଙ୍କ ଲାଇସେନ୍ସ ମାଗିଥିଲେ। ହେଲେ ସମ୍ପୃକ୍ତ ଡ୍ରାଇଭରଙ୍କ ଲାଇସେନ୍ସ ନ ଥିବାରୁ ତାତିଲେ ଲୋକ । ସାଧାରଣ ଲୋକଙ୍କୁ ଲାଇସେନ୍ସ ଦେଖାଇବାକୁ କହୁଥିବା ଅଧିକାରୀଙ୍କ ଡ୍ରାଇଭର ପାଖରେ ଲାଇସେନ୍ସ ନ ଥିବା ବେଳେ ସେ କିପରି ଜାଣିପାରୁ ନାହାନ୍ତି ବୋଲି ପଚାରିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ଉତ୍ତ୍ୟକ୍ତ ରୂପ ଦେଖଇ ଘଟଣାସ୍ଥଳରୁ ଗାଡ଼ିରେ ପଳାଇଲେ ଘଇଉ କାର୍ୟ୍ୟ ନିର୍ବାହୀ ଅଧିକାରୀ । ଏହାର ଭିଡିଓ ଭାଇରାଲ ହେବା ପରେ ଘଟଣା ନଜରକୁ ଆସିଛି।ଜଣେ କାର୍ୟ୍ୟ ନିର୍ବାହୀ ଅଧିକାରୀ ଏପରି ହଟହଟା ହୋଇ ଫେରୁଥିବା ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି । ତେବେ ଏ ସମ୍ପର୍କରେ ଘଇଉ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏହା ଏକ ସାମାନ୍ୟ ଘଟଣା । କିଛି ଯୁବକ ନିଶାସକ୍ତ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି କହିଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0