ଆସନ୍ତା ୭ ତାରିଖରେ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତ କରି ମୋଦି ପଶ୍ଚିମବଙ୍ଗ ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେବେ । ୪ ହଜାର ୭୦୦ କୋଟିରୁ ଉଦ୍ଧ୍ୱର୍ ୪ଟି ବିକାଶମୂଳକ ପକଳ୍ପର ଶୁଭାରମ୍ଭ କରିବେ ମୋଦୀ । ଏନେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ୩୪୭ କିଲୋମିଟର ଲମ୍ବ ଧୋବି ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ ଲୋକାର୍ପଣ କରିବେ । ଏଥିସହ ଭାରତ ପେଟ୍ରୋଲିୟମ କର୍ପୋରେଶନ ଦ୍ୱାରା ନିର୍ମିତ ହଳଦିଆ ରିଫାଇନେରିର ଦ୍ୱିତୀୟ କାଟାଲିଟିକ ଡ଼ିୱାକ୍ସିଂ ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0