ବଲିଉଡ ଅଭିନେତା ରାଜକୁମାର ରାଓ ଓ ପତ୍ରଲେଖା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୧୫ ନଭେମ୍ବରକୁ ଏହି ଯୋଡି ଚଣ୍ଡୀଗଡର ସୁଖବିଳାସରେ ବାହାଘର ହୋଇଛି।ପରିବାର ଏବଂ କିଛି ବନ୍ଧୁଙ୍କ ଉପସ୍ଥିତିରେ ଜନ୍ମ ଜନ୍ମ ପାଇଁ ପତ୍ରଲେଖାଙ୍କ ହାତ ଧରିଛନ୍ତି ଅଭିନେତା ରାଜକୁମାର ରାଓ। ପତ୍ରଲେଖା ଇନଷ୍ଟାଗ୍ରାମରେ ବାହାଘର ଫଟୋ ସେୟାର କରି ଲେଖିଛନ୍ତି ‘ଆଜି ମୁଁ ବାହା ହୋଇଯାଇଛି। ମୋ କ୍ରାଇମ ପାଟର୍ନର, ମୋ ପରିବାର, ମୋ ଆତ୍ମାର ସାଥି…ଗତ ୧୧ ବର୍ଷ ହେଲା ମୋର ସବୁଠାରୁ ଘନିଷ୍ଠ ବନ୍ଧୁ। ତୁମ ପତ୍ନୀ ହେବାଠୁ ଅଧିକ ଆଉ କିଛି ଭାବନା ନାହିଁ ’ ବୋଲି ମଧ୍ୟ ଲେଖିଛନ୍ତି।ସେହିପରି ରାଜକୁମାର ରାଓ ଫଟୋ ସେୟାର କରି ଲେଖିଛନ୍ତି, “ଶେଷରେ ୧୧ ବର୍ଷର ପ୍ରେମ, ରୋମାନ୍ସ, ବନ୍ଧୁତା ଓ ମସ୍ତି ପରେ ମୋ ଆତ୍ମା, ମୋର ସବୁଠୁ ଭଲ ସାଙ୍ଗ, ମୋ ପରିବାର, ମୋ ସବୁକିଛି ସହ ଆଜି ବାହା ହୋଇଯାଇଛି। ଆଜି ମୋ ପାଇଁ ତୁମ ସ୍ୱାମୀ ହେବାଠୁ ବଢି ଆଉ କିଛି ଖୁସି ନାହିଁ ପତ୍ରଲେଖା…ସବୁଦିନ ପାଇଁ…” ବୋଲି କହିଛନ୍ତି ।
ବିବାହର ସମସ୍ତ ରୀତିନୀତି ଦିନରେ କରାଯାଇଥିଲା । ରାତିରେ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟିର ଆୟୋଜନ କରାଯାଇଥିଲା ଯେଉଁଥିରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଖଟ୍ଟର ନବ ବିବାହିତ ଦମ୍ପତିଙ୍କୁ ସେମାନଙ୍କର ଦାମ୍ପତ୍ୟ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ସେ ରାଜକୁମାର ଏବଂ ପତ୍ରଲେଖାଙ୍କ ସହ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0