ଭୁବନେଶ୍ୱର : ରାଜ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଯାଏ ଶୀତ ଅନୁଭୂତ ହେବ ନାହିଁ । ଗତ କିଛି ଦିନ ହେବ ବର୍ଷା ଓ ମେଘୁଆ ପାଗ ଯୋଗୁଁ ରାଜ୍ୟରେ ଶୀତର ପ୍ର କୋପ କମିଛି। ପାରଦ ସ୍ତର ସ୍ଥିର ରହିଥିବା ବେଳେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏବେ ରାଜ୍ୟର ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଛି। ଆଗକୁ ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ୧୭ ଓ ୧୮ ତାରିଖରେ ପୁଣି ଏକ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ। ମେଘୁଆ ପାଗ ଅନେକ ସ୍ଥାନରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0