spot_img

କାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର: କେନ୍ଦୁଝର ଜିଲ୍ଳା କାରାଗାରରେ ଘଟିଛି ଏକ ଅଭାବନୀୟ ଘଟଣା । ଦିନକରେ ଘଟିଗଲା ଦୁଇ ଦୁଇଟି ଅଘଟଣ । ଗତକାଲି ହୃତଘାତରେ ଜଣେ କଏଦୀଙ୍କ ମୃତୁ୍ୟ ହେବା ପରେ ଆଉ ଜଣେ କଏଦୀ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ସୂଚନାକ୍ରମେ, ଗତକାଲି ଅପରାହ୍ନ ପ୍ରାୟ ୫ଟାରେ ହୃତଘାତରେ ଜଣେ କଏଦୀଙ୍କ ମୃତୁ୍ୟ ହୋଇଥିଲା । ମୃତ କଏଦୀଙ୍କ ନାଁ ହେଉଛି ବିଦ୍ୟାଧର ଜୁଆଙ୍ଗ । ତେଲକୋଇ ଥାନା ଅଞ୍ଚଳରୁ ହତ୍ୟା ଉଦ୍ୟମ ଅଭିଯୋଗରେ ବିଦ୍ୟାଧର ଜେଲ ଆସିଥିଲେ ।
ଏ ଘଟଣା ହେବା ପୂର୍ବରୁ ସେହି ଜେଲରେ ଥିବା ଅନ୍ୟ ଜଣେ ବିଚାରାଧୀନ କଏଦୀ ନିଜ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଭାବେ କେନ୍ଦୁଝର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ ହୋଇଥିଲେ ।
ଏପରି ଦୁଇ ଦୁଇଟି ଘଟଣା ଘଟିବା ପରେ ଜେଲ ଭିତରେ ଅଧିକ ସୁରକ୍ଷା କରାଯିବା ସହ କଏଦୀ ଉପରେ ତିକ୍ଷଣ ନଜର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular