ଭୁବନେଶ୍ୱର: ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । କିନ୍ତୁ ଏପର୍ଯ୍ୟନ୍ତ କରୋନାକୁ ନେଇ ଲୋକଙ୍କ ମନର ୁ ଭୟ ଯାଇନାହିଁ । ଦିନକୁ ପାଖାପାଖି ୫ ପ୍ରତିଶତ ବସ ଚଳାଚଳ କରୁଥିବା ବେଳେ ୯୫ ପ୍ରତିଶତ ଗାଡ଼ି ଚାଲୁନାହିଁ । ଏବେ ବସରେ ଯିବାପାଇଁ ଯାତ୍ରୀମାନଙ୍କ ମନରେ ଭୟ ରହୁଛି । ତେଣୁ ବସ ଚଳାଇବା ମୁ୍ସ୍କିଲ ହୋଇପଡ଼ିଲାଣି । କରୋନା ଦିନକୁ ଦନ ବଢ଼ିବାରେ ଲାଗିଛି ତେଣୁ ବାହର ରାଜ୍ୟକୁ ବି ବସ ଚଳାଚଳ କରିବା ସମ୍ଭବ ହେଉନାହିଁ । ସରକାର ଏ ପ୍ରସଂଗରେ ବିଜ୍ଞାପନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ବସ ମାଲିକ ମାନେ କହିଛନ୍ତି । କେତେ ସଂଖ୍ୟାର ବସ ରାସ୍ତାରେ ଗଡ଼ିବ ତାହା ଆମେ କାଲି କହିବୁ ବୋଲି ଜଣାଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0