ଭୁବନେଶ୍ୱର: ରାଜ୍ୟର ସବୁ ଘରୋଇ ସ୍କୁଲରେ ଏବେ ସଂରକ୍ଷଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏଣିକି ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନେ ଘରୋଇ ସ୍କୁଲରେ ନାମ ଲେଖାଇ ପାରିବେ। ଘରୋଇ ସ୍କୁଲରେ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏଥିପାଇଁ ଅନଲାଇନରେ ବ୍ୟବସ୍ଥା କରାଯାଇଛି। ଅନଲାଇନ ବ୍ୟବସ୍ଥାରେ ଆଡମିଶନ ପାଇଁ ଇଣ୍ଡସ୍ ଆକ୍ସନ ସଂସ୍ଥା ସହିତ ରାଜ୍ୟ ସରକାର ଚୁକ୍ତି କରିଥିବା ନେଇ ସେ ପ୍ରକାଶ କରିଛନ୍ତି। ତେବେ ଆସନ୍ତା ୨୪ ତାରିଖରେ ଏହାର ଶୁଭାରମ୍ଭ ହେବ। ଯାହା ପରେ ୨୫ ତାରିଖରେ ଛାତ୍ରଛାତ୍ରୀ ମାନେ ଅନଲାଇନ ଆବେଦନ କରିପାରିବେ। ଅପରପକ୍ଷେ ୯୯୬୫ ଜୁନିଅର ଶିକ୍ଷକଙ୍କୁ ନିୟମିତ କରିଛନ୍ତି ସରକାର।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0