ଭାପୁର: ନାଟକ ମାଧ୍ୟ୍ୟମରେ ବର୍ଷା ଜଳ ସଂରକ୍ଷଣ ସଚେତନତା । ଭାପୁର ବ୍ଲକ ବଡ଼ସହରା ପଞ୍ଚାୟତ ବଡ଼ସହରା ଗ୍ରାମରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଜଳ ହିଁ ଜୀବନ ନାମକ ଏକ ନାଟକ ଉପଲବ୍ଧ କରି ଲୋକ ମାନଙ୍କ ମଧ୍ୟ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚେଇବା ପାଇଁ ନେହେରୁ ଯୁବ କେନ୍ଦ୍ର,ନୟାଗଡ ସହାୟତାରେ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବ ବଡ଼ସହରା ତରଫରୁ କୁନି କୁନି ପିଲାମାନଙ୍କୁ ନେଇ ଏକ ନାଟକ ମଞ୍ଚସ୍ଥ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଯୁବକେନ୍ଦ୍ରର ସଂଯୋଜକ ଅନୁରାଗ କୁମାର, ମୁଖ୍ୟବକ୍ତା ଭାବେ ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଶ୍ରୀକାନ୍ତ କୁମାର ଦାସ, ଭାପୁର ପ୍ରେସ କ୍ଲବ ର ସଭାପତି ରଞ୍ଜନ କୁମାର ମହାପାତ୍ର ଯୋଗଦେଇଥିଲେ। ଅତିଥିମାନେ ଜଳର ସୁବିନିଯୋଗ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ପରେ ପରେ ସାଂସ୍କୃତିକ କାର୍ୟ୍ୟକ୍ରମ ମାଧ୍ୟ୍ୟମରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନତା କରାଯାଇଥିଲା। ଶିଶୁ କଳାକାରମାନେ କାର୍ୟ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ। ଅନନ୍ୟା ଫାଉଣ୍ଡେସନର ପ୍ରତିଷ୍ଠାତା ଆଶୁତୋଷ ଦାସ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ୟ୍ୟକ୍ରମର ନିର୍ଦ୍ଦେଶ ଭାର ମଧ୍ୟ୍ୟ ସଂଭାଳି ଥିଲେ। କାର୍ୟ୍ୟକ୍ରମକୁ ବହୁ ସହୃଦୟ ବ୍ୟକ୍ତି ସହଯୋଗ କରିଥିଲେ। ଗ୍ରାମବାସୀମାନେ ଏଭଳି କାର୍ୟ୍ୟକ୍ରମକୁ ସାଧୁବାଦ ମଧ୍ୟ୍ୟ ଜଣାଇଥିଲେ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0