ବାଲେଶ୍ୱର: ଦେଶକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ଚାନ୍ଦିପୁର, ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ, ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲର ପରୀକ୍ଷା କରିଛି । ଏହି ମିସାଇଲକୁ ଅପଗ୍ରେଡ କରି ଏହାର ପରିକ୍ଷେଣ କରାଯାଉଥିଲା । ଏବେ ପରୀକ୍ଷା ସଫଳ ହୋଇଥିବା ନେଇ ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ । ଏହି ଅପଗ୍ରେଡ ମିସାଇଲ ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଛି ।
Congratulations to Team @DRDO_India and @BrahMosMissile for the successful flight testing of #BRAHMOS Supersonic Cruise Missile with Indigenous Booster and Air Frame for designated range.
This achievement will give a big boost to India’s #AtmaNirbharBharat Pledge. pic.twitter.com/39YuAcemed
— Rajnath Singh (@rajnathsingh) September 30, 2020
ପିଜି-୧୦ ପ୍ରୋଜେକ୍ଟ ଅଧିନରେ ଏହି ପରୀକ୍ଷଣ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଏହି ମିସାଇଲରେ ବ୍ୟବହୃତ ହୋଇଥିବା ଏୟାର ଫ୍ରେମ ଓ ବୁଷ୍ଟର ଭାରତୀୟ ରକ୍ଷା ବିଭାଗର ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ ହୋଇଛି ।ସକାଳ ୧୦ଟା ୨୫ରେ ୩ନମ୍ବର ଲଞ୍ଚ୍ପ୍ୟାଡ୍ରୁ କରାଯାଇଥିବା ଏହି ପରୀକ୍ଷାରୁ ସଂଗୃହୀତ ତଥ୍ୟକୁ ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ଋଷ ଓ ଭାରତର ମିଳିତ ଉଦ୍ୟମରେ ପ୍ରସ୍ତୁତ ବ୍ରହ୍ମୋସ୍ ମିସାଇଲର ଏହି ପରୀକ୍ଷା ସ୍ଥଳଭାଗରୁ ସମୁଦ୍ରକୁ ଲକ୍ଷ୍ୟଭେଦ ଉଦ୍ଦେଶ୍ୟରେ କରାଯାଇଥିଲା। ବ୍ରହ୍ମୋସ୍ ମିସାଇଲ ସ୍ଥଳସେନା, ବାୟୁସେନା ଓ ନୌସେନାରେ ୨୦୦୬ ମସିହା ନଭେମ୍ବର ମାସରୁ ବ୍ୟବହାର କରାଯାଉଛି । ମିସାଇଲର ବିଭିନ୍ନ ଦିଗକୁ ବିକଶିତ କରାଯାଇ ବାରମ୍ବାର ବ୍ୟାବହାରିକ ପରୀକ୍ଷା କରାଯାଉଛି ।
ବ୍ରହ୍ମୋସ୍ କ୍ରୁଜ୍ ମିସାଇଲ ଯୁଦ୍ଧ ବିମାନ ସହିତ ବୁଡ଼ା ଜାହାଜ ଓ ସ୍ଥଳ ଭାଗରୁ ଉତ୍କ୍ଷେପଣ କରାଯାଇପାରିବ । ଏହାର ଓଜନ ୩ ହଜାର କିଲୋଗ୍ରାମ ଥିବାବେଳେ ଲମ୍ବ ୨୮ ଫୁଟ୍ ଓ ମୋଟେଇ ୨ଫୁଟ୍ ରହିଛି । ବ୍ରହ୍ମୋସ୍ ମିସାଇଲ ୫ଶହ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଯେକୌଣସି ଟାର୍ଗେଟ୍କୁ ଧ୍ବଂସ କରିପାରିବ । ଏଥିରେ ୨ଶହ କିଲୋଗ୍ରାମ ପର୍ୟ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଘଣ୍ଟା ପ୍ରତି ୩ ହଜାର ୭ ଶହ କିଲୋମିଟରରୁ ଅଧିକ ବେଗରେ ଗତି କରିପାରିବ ବ୍ରହ୍ମୋସ୍ ଲଦାଖରେ ଭାରତ ଚୀନ ବିବାଦ ସମୟରେ ଭାରତୀୟ ସେନାର ମନୋବଳ ବଢାଇବାରେ ସହାୟକ ହେବ ।



Visitors Today : 2
Total Visitors : 130224
Total Views : 9891699
Visitors Online Now : 0