spot_img

ଚିନ୍ତାରେ ଡଙ୍ଗା ବ୍ୟବସାୟୀ

ଅସ୍ତରଙ୍ଗ : ଚିନ୍ତାରେ ଡଙ୍ଗା ବ୍ୟବସାୟୀ । କରୋନା କଟକଣା ପାଇଁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମୀରେ ଡଙ୍ଗା ଭସାଣ ଉପରେ ଲାଗିଛି ରୋକ । ତେଣୁ ବହୁ ଦିନ ତଳୁ ଶହ ଶହ ଡଙ୍ଗା ତିଆରି କରି ରଖିଥିବା ବ୍ୟବସାୟୀ ଏବେ ଚିନ୍ତାରେ । କାର୍ତ୍ତିକ ପୂର୍ଣ୍ଣିିମୀ ଅବସରରେ ଭଲ ବେପାର କରିବାର ଆଶା ରଖିଥିଲେ ବ୍ୟବସାୟୀ । ମାତ୍ର କରୋନା ଗାଇଡଲାଇନ ତାଙ୍କ କୂଳ ବେଉସା ଉଜାଡି ଦେଇଛି । ଚଳିତ ବର୍ଷ ପୋଖରୀ, ନଦୀ, ନାଳ ପରି ଜଳାଶୟରେ ଡଙ୍ଗା ଭସାଇବାକୁ ବାରଣ କରାଯାଇଛି । ରାଜ୍ୟ ସରକାର ତରଫରୁ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଏହାର ସିଧା ସଳଖ ପ୍ରଭାବ ପଡିଛି ଅସ୍ତରଙ୍ଗ ଅଞ୍ଚଳର କିଛି ଡଙ୍ଗା ବ୍ୟବସାୟୀଙ୍କ ଉପରେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular