spot_img

ରାଜ୍ୟରେ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୫୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୩୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୧୨ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ଅନୁଗୋଳ ଜିଲ୍ଲାରୁ ୨ ଜଣ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular