ଭାରତୀୟ ଆମେରିକୀୟ ଗୀତା ଗୋପୀନାଥ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପ୍ରଥମ ଡେପୁଟି ମ୍ୟାନେଜିଂ ନିର୍ଦ୍ଦେଶକ ହେବେ । ସେ ଜିଓଫରେ ଓକାମୋଟୋଙ୍କ ସ୍ଥାନ ନେବେ । ଗୁରୁବାର ଦିନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ କୁହାଯାଇଛି ଯେ ଓକାମୋଟା ଶୀଘ୍ର ତାଙ୍କ ପଦ ଛାଡିବେ, ଏହା ପରେ ଗୀତା ଗୋପୀନାଥ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ତିନି ବର୍ଷ ଧରି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାର୍ଯ୍ୟ କରୁଥିଲେ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜିଓଗ୍ରାଭିଆ କହିଛନ୍ତି ଯେ ଗୀତା ଗୋପୀନାଥ ହେଉଛନ୍ତି ପ୍ରଥମ ମହିଳା ମୁଖ୍ୟ ଅର୍ଥନୀତିଜ୍ଞ । ଗୋପୀନାଥ ଜାନୁୟାରୀ ୨୦୨୨ରେ ହାଓ୍ୱାର୍ଡ ବିଶ୍ୱବିଦ୍ୟାଳୟରେ ପୁନଃ ଏକାଡେମିକ୍ କାର୍ଯ୍ୟ ଆରମ୍ଭ କରିବାର ଥିଲା । କିନ୍ତୁ ତାଙ୍କୁ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଭାବରେ ପଦୋନ୍ନତି ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0