କେନ୍ଦୁଝର: ମଣ୍ଡିରେ ଅବ୍ୟବସ୍ଥା ପ୍ରତିବାଦରେ ବିଜେପିର ଚମ୍ପୁଆ ଉପ ଜିଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ l କେନ୍ଦୁଝର ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଏବଂ ଧାନର ଅଭାବୀ ବିକ୍ରୀ ଅଭିଯୋଗ କରି ବିଜେପି ତରଫରୁ କେନ୍ଦୁଝର ଚମ୍ପୁଆ ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରାଯାଇଥିଲା । ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଏକ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା । ସଭାରେ ଉପସ୍ଥିତ ଭାରତୀୟ ଜନତା ପାର୍ଟିର କୃଷକନେତା ଓ ଭାଜପା ନେତୃମଣ୍ଡଳୀ ଧାନର ଅଭାବୀ ବିକ୍ରୀ,ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା,ଧାନ କିଣାରେ ଅନିୟମିତତା କରାଯାଇଥିବା ଅଭିଯୋଗ କରି ସରକାରଙ୍କ ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ । ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରୀ କରିପାରୁ ନ ଥିବାରୁ ଯାହାକୁ ନେଇ ବିଜେପି ର ଆଜି ବିକ୍ଷୋଭ କରିଥିଲା । ଏମାନଙ୍କର କହିବା କଥା ଚମ୍ପୁଆ ବିଧାନସଭା କ୍ଷେତ୍ରରେ ୬ଟି ଧାନ କ୍ରୟ କେନ୍ଦ୍ର ଖୋଲାଯାଇ ୨୧୭୧ ଜଣଙ୍କର ନାଁ ପଞ୍ଜିକରଣ କରାଯାଇଅଛି । ହେଲେ ସେଥିରୁ ମାତ୍ର ୧୦୯୯ ଜଣଙ୍କ ଚାଷୀ ଙ୍କ ଠାରୁ ଧାନ ସଂଗ୍ରହ କରାଯାଇଛି । ଯାହାଫଳରେ ବାକି ଚାଷୀ ମାନେ ଧାନ ବିକ୍ରି କରିନପାରି ବହୁ ଅସୁବିଧା ରେ ସଂମୁଖୀନ ହେଉଥିବା କ୍ଷଭ ସହ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0