ଭୁବନେଶ୍ବର : କରୋନା କଟକଣାରେ ରାଜ୍ୟରେ ଖୋଲିପାରେ ସ୍କୁଲ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତ ହେଉଛି ଆକ୍ସନ ପ୍ଲାନ । କରୋନା ପାଇଁ ପାଖାପାଖି ୬ ମାସ ହେବ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଛି । ଏତେଦିନ ଧରି ସ୍କୁଲ ଗୁଡିକ ବନ୍ଦ ଥିବାରୁ କ୍ୟାମ୍ପସ ସଫେଇ ଓ ଭିତିଭୂମି ସଜାଡ଼ିବାକୁ ନିର୍ଦେଶ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଶିକ୍ଷକ ହେଡ଼ କ୍ୱାର୍ଟର ଛାଡି ନ ଯିବାକୁ ମଧ୍ୟ କୁହାଯାଇଛି । ସ୍କୁଲ ଭିତିଭୂମିକୁ କୋଭିଡ ୧୯ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ସମସ୍ତେ କାର୍ୟ୍ୟ କରିବା ଲାଗି କୁହାଯାଇଛି । ଏହାର ଉଲ୍ଲଂଘନ କଲେ ଘଟଣାକୁ ଗୁରୁତର ସହିତ ନିଆଯିବ ବୋଲି ମଧ୍ୟ ସୂଚନା ରହିଛି ।ଜୁଲାଇ ଓ ଅଗଷ୍ଟ ମାସରେ ମଧ୍ୟାହ୍ନ ଭୋଜନ ରୋଷେୟା ଓ ସହଯୋଗୀଙ୍କ ପାଉଣା ବାବଦରେ ୩୧କୋଟି ୮୧ଲକ୍ଷ ୫୮ ହଜାର ୪୦୦ ଟଙ୍କା ମଞ୍ଜୁରୀ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତେବେ କେବେ ଓ କେଉଁ ତାରିଖରେ ସ୍କୁଲ ଖୋଲିବ ସେନେଇ ସ୍ପଷ୍ଟ ହୋଇନି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0