spot_img

ପବ୍ ମାଲିକଙ୍କ ନିଆରା ପଦକ୍ଷେପ, ସାମାଜିକ ଦୂରତା ରକ୍ଷା କରିବା ପାଇଁ ନେଲେ ବିଜୁଳି ତାରର ସାହାଯ୍ୟ

କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ କବଳିତ । ଏହି ମାରାତ୍ମକ ଭାଇରସରୁ ରକ୍ଷା ପାଇବା ପାଇଁ ଲୋକମାନେ ସାମାଜିକ ଦୂରତା ରକ୍ଷା କରିବା ସହ ଗହଳିପୂର୍ଣ୍ଣ ସ୍ଥାନରୁ ନିଜକୁ ଦୂରେଇ ରଖୁଛନ୍ତି । ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ନିଜେ ନିଜର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏସବୁ ମଧ୍ୟରେ ଦକ୍ଷିଣ-ପଶ୍ଚିମ ଇଂଲଣ୍ଡର କର୍ଣ୍ଣୱାଲରେ ଜଣେ ପବ୍ ମାଲିକ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏକ ନିଆରା ପଦକ୍ଷେପ ଆପଣାଇଛନ୍ତି ।
ବାସ୍ତବରେ କର୍ଣ୍ଣୱାଲ କାଉଁଟୀର ସେଂଟ ଜଷ୍ଟ ନଗରରେ ଅବସ୍ଥିତ ପ୍ରସିଦ୍ଧ ବାର୍ “ଷ୍ଟାର ଇନ୍”ରେ ସାମାଜିକ ଦୂରତା ପାଇଁ ବିଜୁଳି ତାରର ସାହାଯ୍ୟ ନେଇଛନ୍ତି । କିନ୍ତୁ ଏଥର କୋଭିଡ୍ କଟାକଣାକୁ ମାନି ଖୁବ୍ କମ ଜାଗାରେ ବିୟର୍ ଦିଆଯାଉଛି । ଏଥିରେ ବାର୍ ମାଲିକ ଜନି ଏମସିଫାଡେନ୍ ସାମାଜିକ ଦୂରତା ପାଳନ କରିବା ପାଇଁ କାଉଣ୍ଟରରେ ବିଜୁଳ ତାର ଲଗାଇଛନ୍ତି ।

pub1ବାର୍ ମାଲିକଙ୍କ କହିବାନୁଯାୟୀ, ଲୋକଙ୍କ ଭଲ ଏବଂ ଜାଗାର ଅଭାବ କାରଣରୁ ଏପରି ପଦକ୍ଷେପ ନିଆଯାଇଛି । ଏନେଇ ବାର୍ ମାଲିକଙ୍କୁ ଏକ ସାକ୍ଷାତକାର ମାଧ୍ୟମରେ ପଚରାଯାଇଥିଲା, କ’ଣ ତାରରେ କରେଣ୍ଟ ରହିଛି? ମାଲିକ କହିଥିଲେ, ତାରରେ କୌଣସି କରେଣ୍ଟ ନାହିଁ, କେବଳ ଲୋକଙ୍କୁ ଡରାଇବା ପାଇଁ ଏହାର ସାହାଯ୍ୟ ନିଆଯାଇଛି ।

pub2ମାଲିକଙ୍କ କହିବାନୁସାରେ, ଲକଡାଉନ୍ ରୁ କୋହଳ ମିଳିବା ପରେ ଯେତେବେଳେ ଲୋକମାନେ ପବ୍ ରେ ପହଞ୍ଚିବାକୁ ଲାଗିଥିଲେ ସେତେବେଳେ ସେମାନଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବାରେ ଅସୁବିଧା ହୋଇଥିଲା । ଏହିକାରଣରୁ ମଦ କାଉଣ୍ଟର ସ୍ଥାନକୁ ବିଜୁଳି ତାର ସାହାଯ୍ୟରେ ଘେରାଇବାକୁ ପଡିଛି । କାରଣ ଏହି ତାରକୁ ଦେଖି ଗ୍ରାହକଙ୍କୁ ଲାଗୁଛି, ଯେମିତି ସେଥିରେ କରେଣ୍ଟ ରହିଛି ଏବଂ ତା’ ପାଖକୁ ଯିବା ଅନୁଚିତ । କିନ୍ତୁ ପ୍ରକୃତରେ ଏଥିରେ ବିଲକୁଲ୍ କରେଣ୍ଟ ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular