ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର ଜାହାନିଆ ଉପକୂଳ ଡ଼ାଳୁଅ କଣି ସମୁଦ୍ରକୁଳ ରେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ପର୍ଯ୍ୟଟକଙ୍କ ହୃଦଘାତ ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବ୍ୟକ୍ତି ଜଣଙ୍କ ଛାତି ସମସ୍ୟା ରେ ଅପରେସନ ହୋଇଥିଲେ । ମୃତ ବ୍ୟକ୍ତି ଜଣକ କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ସୁନ୍ଦର ଗ୍ରାମର ଅକ୍ଷୟ ଜେନା ବୋଲି ଜଣାପଡିଛି । ଅକ୍ଷୟ ମଙ୍ଗଳବାର ଅପରାହ୍ନ ଅସ୍ତରଙ୍ଗ ସ୍ତିତ ପୀର ଜାହାନିଆ ସମୁଦ୍ର କୂଳ ଅନତି ଦୂର ରେ ଥିବା ଡ଼ାଳୁଅ କଣି ସ୍ଥିତ ସମୁଦ୍ର କୂଳ କୁ ବୁଲିବାକୁ ଯାଇଥିଲେ । କିନ୍ତୁ ବାଲି ଉପରକୁ ଆସିବାବେଳେ ହଟାତ ପଡିଯାଇଥିଲେ । ତାଙ୍କ ସାଥିରେ ଥିବା ବନ୍ଧୁ ତାଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । କିନ୍ତୁ ଡ଼କ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇଁ ଅସ୍ତରଙ୍ଗ ପୋଲିସ ମେଡିକାଲ ରେ ପହଂଚି ଶବ ବ୍ୟବଛେଦ ନିମନ୍ତେ ଚାରିଛକ ମେଡିକାଲ ପଠାଇଥିଲେ । ଏ ନେଇ ଅସ୍ତରଙ୍ଗ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0