spot_img

ବିପର୍ଯ୍ୟସ୍ତ ଅବସ୍ଥାରେ ପୁରୀ ନରେନ୍ଦ୍ର ପୁଷ୍କରିଣୀ

ପୁରୀ: ବିପର୍ୟ୍ୟସ୍ତ ଅବସ୍ଥାରେ ପୁରୀ ନରେନ୍ଦ୍ର ତୀର୍ଥ ପୁଷ୍କରିଣୀ । ନଳା ପାଣି ପଶିବା ଦ୍ୱାରା ଜଳ ପ୍ରଦୂଷିତ ହେବାରେ ଲାଗିଛି । ବର୍ତ୍ତମାନ ଏହି ପୁଷ୍କରିଣୀ ବିଷାକ୍ତ ପାଲଟିଛି । ଫଳରେ ଶହ ଶହ ମାଛ ପ୍ରତିଦିନ ମରି ପଡୁଛନ୍ତି । ପରିବେଶ ଅପରିଷ୍କାର ହୋଇଥିବାରୁ ସଂପୁର୍ଣ୍ଣ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ।
ସୂଚନା ଅନୁସାରେ, ନଳା ପାଣି ପ୍ରବେଶ ଦ୍ୱାରା ଜଳ ପ୍ରଦୂଷିତ ହେବାରୁ ପୁଷ୍କରିଣୀର ପାଣିର ରଙ୍ଗ ସଂପୁର୍ଣ୍ଣ ବଦଳିଯାଇଛି । ତେବେ ପ୍ରଶାସନର ଅବହେଳା ପାଇଁ ଏଭଳି ଅବସ୍ଥା ହୋଇଥିବା ର ଜଣାପଡିଛି । ପାଣି ବିଷାକ୍ତ ହେବାରୁ ଶହ ଶହ ସଂଖ୍ୟାରେ ମାଛ ଏଠାରେ ମରି ପଡ଼ିଛନ୍ତି । ପୁଷ୍କରିଣୀରେ ସ୍ନାନ କରିବା ଦ୍ୱାରା ଦେହ କୁଣ୍ଡେଇ ହୋଇ ଚର୍ମ ରୋଗ ବ୍ୟାପୁଛି। ପୁଷ୍କରିଣୀରେ କେଉଁଠି ମଦ ବୋତଲ ପଡ଼ିଛି ତ ଆଉ କେଉଁଠି ଖଲି ପତ୍ର ନରେନ୍ଦ୍ର ପୁଷ୍କରିଣୀର ପୁନରୁଦ୍ଧାର ସହ ପରିଷ୍କାର ପରିଚ୍ଛନ୍ନ ନିମନ୍ତେ ପୂର୍ବରୁ ଜିଲ୍ଲା ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛି । କିନ୍ତୁ ସରକାର କାର୍ୟ୍ୟ ସାରି ଏହାର ରକ୍ଷଣାବେକ୍ଷଣ କଥା ପ୍ରଶାସନ ଭୁଲିଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular